ETV Bharat / bharat

କୋରୋନା କେୟାର, ଷ୍ଟ୍ରେସ ଫ୍ରି ରହିବାର 3ଟି ମନ୍ତ୍ର

ଲକଡାଉନରେ ସଟଡାଉନ ହୋଇ ପଡିଛି କାମଧନ୍ଦା। ଦେଶ ଓ ବିଦେଶରେ ଲାଗି ରହିଛି କୋରୋନା ଯୁଦ୍ଧ। ଏଠି ସମସ୍ତେ ବିନା ଅସ୍ତ୍ରଶସ୍ତ୍ରରେ ଘରେ ରହି ଲଢୁଛନ୍ତି ଏହି ଅଦୃଶ୍ୟ ମହାମାରୀ ସହ। ଭାରତରେ ମଧ୍ୟ ଦୀର୍ଘ 40 ଦିନ ହେବ ଲକଡାଉନ ବଳବତ୍ତର ଥିବାରୁ ଲୋକମାନେ ଘରେ ରହି ରହି ନିଜ ମାନସିକ ସନ୍ତୁଳନ ହରାଇବାକୁ ବସିଲେଣି। ଯାହା ପାରିବାରିକ ପାରିପାର୍ଶ୍ବରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି କରୁଛି।

author img

By

Published : May 1, 2020, 8:32 AM IST

stress
କୋରୋନା କେୟାର, ଷ୍ଟ୍ରେସ ଫ୍ରି ରହିବାର 3ଟି ମନ୍ତ୍ର

ଲୋକଙ୍କ ଭିତରେ ପ୍ରତ୍ୟେକ ଦିନ ରାତି ପାହିଲେ ଭୟ,ଏକୁଟିଆ ପଣ ଅନିଶ୍ଟିତତା ଗୋଡେଇ ମାରୁଛି। ତେବେ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ମନସ୍ତତ୍ତ୍ବବିତ୍ ମାନେ ମାନସିକ ସ୍ଥିତି ଉପରେ ବିଶେଷ ଗୁରୁତ୍ବ ଦେବାକୁ ପରାମର୍ଶ ଦେଉଛନ୍ତି। ତେବେ ଏହି ସମୟରେ 3ଟି ଫିଟନେସ ମନ୍ତ୍ର ଆପଣଙ୍କ ମାନସିକ ଶାନ୍ତି ଫେରାଇ ଆଣିବ। ସେ ସବୁ ହେଲା ରୁଟିନ୍ ଲାଇଫ୍, ସଅଳ ଉଠିବା ଓ ଖରାପ୍ ଅଭ୍ୟାସ ପରିତ୍ୟାଗ କରି ଏକ ସକରାତ୍ମକ ଚିନ୍ତାଧାରା ସହ ଦୈନିକ ଜୀବନଚଯ୍ୟାକୁ ଆଗକୁ ବଢାଇବା।

ପ୍ଲୋରିଡାର ମନସ୍ତତ୍ତ୍ବବିତ୍ ସେରି ବେନଣ୍ଟନ ବର୍ତ୍ତମାନର ଲକଡାଉନ ପିରିୟଡରେ ଲୋକମାନଙ୍କୁ ଅନଲାଇନ ଥେରାପି ମାଧ୍ୟମରେ ମାନସିକ ସନ୍ତୁଳନ ରକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି। ତାଙ୍କ କହିବା ଅନୁସାରେ,

ରୁଟିନ ଲାଇଫ୍

ଆପଣଙ୍କୁ ପ୍ରଥମେ ଏକ ନୂତନ ରୁଟିନ୍ ସେଟ୍ କରିବାକୁ କୁହନ୍ତି । ଯାହା ଦ୍ବାରା ଆପଣଙ୍କ ମନକୁ ସ୍ୱାଭାବିକ ଓ ଶାନ୍ତି ରଖିବ। ଏହାସହ ଠିକ୍ ସମୟରେ ଶୋଇ, ଠିକ୍ ସମୟରେ ଜାଗ୍ରତ ହୁଅ, ଠିକ୍ ସମୟରେ ଖାଅ । ଘରେ ବୋର ହେବା ଅପେକ୍ଷା ଏବେ ସୃଜନଶୀଳ କାର୍ଯ୍ୟ କରନ୍ତୁ ଏବଂ ଯୋଗ-ଧ୍ୟାନରେ ମନୋନିବେଶ କରନ୍ତୁ।

ସକାରାତ୍ମକ ଚିନ୍ତାଧାରା

ଆପଣ ନିଜ ଘରେ ଅଛନ୍ତି ଏବଂ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରୁଛନ୍ତି । ଏହି ସମୟରେ ନିଜ ପାଇଁ ମଧ୍ୟ କିଛି ସମୟ ଦିଅନ୍ତୁ। ଯଦି ଆପଣ କିଛି ନୂତନ ଏବଂ ସୃଜନଶୀଳ ବିଷୟରେ ଚିନ୍ତା କରୁଛନ୍ତି ତେବେ ଏହାକୁ କାର୍ଯ୍ୟରେ ପରିଣତ କରନ୍ତୁ।

ବଦ ଅଭ୍ୟାସକୁ ବାଏ ବାଏ

ଲକ୍ଡାଉନ୍ ରେ ଘରେ ରହି ଲୋକମାନେ ଚାପଗ୍ରସ୍ତ ଯୋଗୁଁ ସିଗାରେଟ୍, ମଦ୍ୟପାନ, ତମାଖୁ ଇତ୍ୟାଦି ବ୍ୟବହାର କରନ୍ତି। କିନ୍ତୁ ବର୍ତ୍ତମାନ ଏହି ଖରାପ ଅଭ୍ୟାସ ଛାଡିବାର ସମୟ ଆସିଛି। ଯଦି ଆପଣ ଏକାକୀ ଅନୁଭବ କରୁଛନ୍ତି, ତେବେ ପରିବାର ସହିତ ଆପଣଙ୍କର ଭାବନା ବାଣ୍ଟନ୍ତୁ।

ଏହି ସଙ୍କଟମୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏହି ତିନୋଟି ମନ୍ତ୍ର ବହୁତ ଉପଯୋଗୀ ହେବ। ଯଦି ତୁମେ ଏହି ତିନୋଟି ଜିନିଷକୁ ଅତିକ୍ରମ କରିଛ ତେବେ ତୁମେ ଚାପଗ୍ରସ୍ତ କିମ୍ବା ଏକାକୀ ଅନୁଭବ କରିବା ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.