ହାଇଦ୍ରାବାଦ : ନବଜାତକର ମୃତଦେହକୁ ବୋହି ରାସ୍ତାରେ ଫିଙ୍ଗିଲା କୁକୁର । ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରବାଦର ଏଲ ବି ନଗର ଅଞ୍ଚଳରେ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ଦଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, କେହି ଜଣେ ବ୍ୟକ୍ତି ନବଜାତକର ମୃତଦେହକୁ ଡଷ୍ଟବିନରେ ଫିଙ୍ଗି ପଳାଇ ଯାଇଥିଲା । ହେଲେ ଗୋଟିଏ ବୁଲା କୁକୁର ଡଷ୍ଟବିନରୁ ମୃତ ନବଜାତକ ବନ୍ଧା ହୋଇଥିବା ଜରିକୁ ଟାଣି ଆଣି ରାସ୍ତାରେ ଫିଙ୍ଗି ଦେଇଥିଲା । ରାସ୍ତାର ଯାଉଥିବା ଦୁଇ ଜଣ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ଓସମାନିଆ ମେଡିକାଲକୁ ପଠାଇଛି । ତେବେ, କିଏ ଓ କାହିଁକି ମୃତଶିଶୁଟିକୁ ଡଷ୍ଟବିନରେ ପକାଇଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ