ETV Bharat / bharat

ଝାଡ଼ଖଣ୍ତର ସବୁଠାରୁ ପୁରାତନ ମନ୍ଦିର ପାକୁଡ଼ କାଳୀ ମନ୍ଦିର, ଜାଣନ୍ତୁ ଐତିହ୍ୟ... - ପାକୁଡ଼ ରାଜା ପୃଥ୍ବୀଚନ୍ଦ୍ର ଶାହୀ

ଝାଡ଼ଖଣ୍ଡର ସର୍ବପୁରାତନ କାଳୀ ମନ୍ଦିର ହେଉଛି ପାକୁଡ଼ରେ ଥିବା କାଳୀ ମନ୍ଦିର । ବିଶ୍ବାସ ରହିଛି ଭକ୍ତି ଓ ଭାବନାରେ ଏଠାରେ ଯିଏ ଯାହା ମାଗିଥାଏ, ତାର ମନୋସ୍କାମନା ପୂରଣ ହୋଇଥାଏ । ତେବେ 1737 ମସିହାରେ ତତ୍କାଳୀନ ପାକୁଡ଼ ରାଜା ପୃଥ୍ବୀଚନ୍ଦ୍ର ଶାହୀ ନିର୍ମାଣ କରିଥିବା ଜଣାଯାଏ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 28, 2019, 12:48 PM IST

ରାଞ୍ଚି: ଦୀପାବଳି ଠାରୁ ଆରମ୍ଭ ହୋଇଛି କାଳୀ ପୂଜା । ଦେଶର ବିଭିନ୍ନ ଶକ୍ତିପୀଠରେ ଏହି ମହାମାୟୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ତେବେ ଝାଡ଼ଖଣ୍ଡର ପାକୁଡ଼ରେ ଥିବା ସର୍ବପୁରାତନ ନିତ୍ୟକାଳୀ ମନ୍ଦିରରେ ମା' କାଳୀଙ୍କର ପୂଜାର୍ଚ୍ଚନା ମଧ୍ୟ ଖୁବ ଆଡମ୍ବର ସହ ଆରମ୍ଭ ହୋଇଛି ।

ଏହି କାଳୀ ମନ୍ଦିର ରାଜ୍ୟର ସର୍ବପୁରାତନ ମନ୍ଦିର । ଏହାକୁ 1737 ମସିହାରେ ତତ୍କାଳୀନ ରାଜା ପୃଥ୍ବୀଚନ୍ଦ୍ର ଶାହୀ ଏହାକୁ ନିର୍ମାଣ କରିଥିଲେ । ମନ୍ଦିର ନିର୍ମାଣ ପରେ ସେଠାରେ କାଳୀଙ୍କର ପରମ ଭକ୍ତ ତଥା କାଳୀ ସାଧକ ବାମାଖେପା ଏଠାରେ ତିନି ଦିନ ପର୍ଯ୍ୟନ୍ତ ସାଧନା କରିଥିଲେ । ବିଶ୍ବାସ ରହିଛି ଏହି ମନ୍ଦିରରେ ଯିଏ ଭକ୍ତିର ସହ ଯାହା ମାଗିଥାଏ, ତାହା ପୂରଣ ହୋଇଥାଏ । ତେବେ ଏହି ମନ୍ଦିରକୁ କେବଳ ଝାଡ଼ଖଣ୍ଡ ନୁହେଁ, ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେପଟେ କୋଲକାତାର ଜଣେ ତାନ୍ତ୍ରିକ ପ୍ରକାଶ ଶୈଳେନ୍ଦ୍ର କୁହନ୍ତି, ପାକୁଡ଼ ସମୟରେ ରାଜା ପୃଥ୍ବୀଚନ୍ଦ୍ର ଶାହୀଙ୍କୁ ମା' କାଳୀଙ୍କ ସ୍ବପ୍ନାଦେଶ ହୋଇଥିଲା । ରାଜବାଡ଼ୀ ପଛପଟେ ଏକ ପୋଖରୀ ରହିଛି । ତାହା ମଧ୍ୟରେ ଏକ ପଥର ରହିଛି । ଉକ୍ତ ପଥରକୁ କାଳୀଙ୍କର ରୂପ ଦେବାକୁ ସ୍ବପ୍ନାଦେଶ ହୋଇଥିଲା । ଏହି ଘଟଣାର ପରଦିନ ସକାଳେ ଜଣେ ବୃଦ୍ଧ କାରୀଗର ରାଜାଙ୍କ ଦରବାରରେ ପହଞ୍ଚିଥିଲା । ସେ ନିଜକୁ ବନାରସର ମୂର୍ତ୍ତି କାରିଗର ଭାବେ ପରିଚୟ ଦେଇଥିଲା ।

ସେଠାରେ ସେ ରାଜାଙ୍କୁ କହିଥିଲା କି, ନିକଟରେ ଏକ ପୋଖରୀ ରହିଛି ଯେଉଁଥିରେ ଏକ ପଥର ରହିଛି । ତାହାକୁ ମୂର୍ତ୍ତିର ରୂପ ଦିଆଯିବ ବୋଲି ସେ ରାଜାଙ୍କୁ ସୂଚନା ଦେଇଥିଲା । ଏହାପରେ କାଳୀଙ୍କ ସ୍ବପ୍ନାଦେଶ ସମ୍ପର୍କରେ ରାଜାଙ୍କର ବିଶ୍ବାସ ହୋଇଥିଲା । ଏହାପରେ କିଛି ଶ୍ରମିକଙ୍କ ସାହାଯ୍ୟରେ ଉକ୍ତ ପଥରକୁ ବାହାର କରିବା ସହିତ ମୂର୍ତ୍ତି କାରିଗରକୁ ହସ୍ତାନ୍ତର କରିଥିଲେ ।

ତାନ୍ତ୍ରିକ ଶୈଳେନ୍ଦ୍ର କୁହନ୍ତି ପରେ ମୂର୍ତ୍ତି କାରିଗର ଗୋଟିଏ ଦିନରେ ହିଁ ମା' କାଳୀଙ୍କର ପ୍ରତିମା ଗଢିଦେଇଥିଲା । ଏହା ବିଶ୍ବାସ ହୋଇଯାଇଥିଲା ଯେ, ମୂର୍ତ୍ତି କାରିଗର ଭଗବାନ ବିଶ୍ବକର୍ମା ହିଁ ଥିଲେ । ଏହାପରେ ସେଠାରେ ପ୍ରତିଦିନ ମା' କାଳୀଙ୍କର ପୂଜାର୍ଚ୍ଚନା କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ସେହିଭଳି ପାକୁଡ଼ରେ ପୂଜାରୀ ଭରତ ମିଶ୍ରା କୁହନ୍ତି, ଏହି ମନ୍ଦିର ପରେ ସାଧକ ବାମାଖେପା ଏଠାକୁ ଆସିଥିଲେ । ମା କାଳୀଙ୍କର ଏଠାରେ 3 ଦିନ ଧରି ସାଧନା କରିଥିଲେ । ସେ ଆହୁରି କୁହନ୍ତି କି, ମନ୍ଦିର ସ୍ଥାପନା ପରେ ମା କାଳୀ ଉଗ୍ରରୂପରେ ଦର୍ଶନ ଦେଇଥିଲେ । ଫଳରେ ତାଙ୍କୁ ଶାନ୍ତ କରିବା ପାଇଁ ମନ୍ଦିରରେ ଗଣେଶ ଓ ଶିବଙ୍କର ପ୍ରତିମା ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.