ETV Bharat / bharat

ସ୍ନାୟୁ ସଙ୍କୋଚନରୁ ରକ୍ଷା କରେ ସ୍ବଳ୍ପ ଧ୍ବନିର ସଙ୍ଗୀତ - ପାର୍କିନସନ୍ ରୋଗ

ଗୀତ ମାଧ୍ୟମରେ ଦୁଃଖରେ ଥିବା ବ୍ୟକ୍ତି ମୁହଁରେ ହସ ଫୁଟିବା ସହ ଅନେକ ରୋଗର ଉପଶମ ହୋଇପାରିଥାଏ । ହୃଦଘାତ ଓ ବ୍ରେନ ଇଞ୍ଜୁରି ଭଳି ମାରାତ୍ମକ ରୋଗରୁ ଉପଶମ ମିଳିଥାଏ । ଧୀର ଧ୍ବନିରେ ଗୀତ ଶୁଣିବା ଦ୍ବାରା ସ୍ନାୟୁ କ୍ରିୟା ଶୀଳ ହେବା ସହ ମାନସିକ ସମସ୍ୟା ଦୂର କରିଥାଏ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 28, 2019, 3:17 PM IST

ହାଇଦ୍ରାବାଦ: ଲଣ୍ଡନର କେଣ୍ଟ ୟୁନିଭର୍ସିଟି ଅନୁଯାୟୀ, ହାଲକା ଧ୍ବନୀରେ ଗୀତ ଶୁଣିବା ଦ୍ବାରା ଶରୀରର ସମସ୍ତ ସ୍ନାୟୁ ସଠିକ୍ ଭାବେ କାର୍ଯ୍ୟ କରିବା ସହ ପାର୍କିନସନ୍ ରୋଗ ହେବାରୁ ମଧୟ ରକ୍ଷା କରିଥାଏ । ଦିନକୁ ଦୁଇଥର କାନକୁ ଧିର ଶବ୍ଦ ଦ୍ବାରା ଉତ୍ତେଜିତ କଲେ ଶରୀରରେ ସଞ୍ଚାଳନ ସଠିକ୍ ରୂପରେ ହେବା ଦ୍ବାରା ଶରୀର ସକ୍ରିୟ ରହିବା ସହ ନିର୍ଣ୍ଣୟ ନେବା କ୍ଷମତା, ଭଲ ନିଦ ମଧ୍ୟ ଆସିଥାଏ । ପାଞ୍ଚମାସ ଲଗାତାର ଏହି ଥେରାପି ଦେବା ଦ୍ବାରା ଏହାର ପ୍ରଭାବ ଲମ୍ବା ସମୟ ଯାଏଁ ଅନୁଭୂତ ହୋଇଥାଏ । କୌଣସି ଚିନ୍ତା ନରହିବା ସହ ସକାରତ୍ମକ ଚିନ୍ତାଧାରା ମଧ୍ୟ ଆସିଥାଏ ।

ଏହି ଥେରାପି ସବୁଠାରୁ ସହଜ, କୌଣସି ଥେରାପିଷ୍ଟଙ୍କ ବିନା ସହାୟତାରେ ଘରେ ବସି ଭଲ ହେଡସେଟ୍ ଲଗାଇ ଗୀତ ଶୁଣିପାରିବେ । ଶରୀରରେ ଡୋପାମାଇନ ନାମକ ହରମୋନ ଯାହା ନ୍ୟୁରୋଟ୍ରାନ୍ସମିଟର ଭାବରେ ବି କାର୍ଯ୍ୟ କରିଥାଏ । ଡୋପାମାଇନର ଅଭାବରେ ସାଧାରଣତଃ ଡୋପାମାଇନ ରିପ୍ଲେସମେଣ୍ଟ ଥେରାପି ଦିଆଯାଇଥାଏ ମାତ୍ର ଏହି ଥେରାପି ବଦଳରେ ‘Easy to use device’ ନାମକ ଥେରାପି ଦିଆଯାଏ । ଏହି ଥେରାପି ସାହାର୍ଯ୍ୟରେ ପାର୍କିନସନ୍ ରୋଗ କମିଥିବାର ଦେଖିବାକୁ ମିଳେ ।

ପାର୍କିନସନ୍ ରୋଗ କଣ?

ଏହା ଏକ ଶାରୀରିକ ସମସ୍ୟା । ଯାହା ଫଳରେ ସ୍ନାୟୁ କୋଷ ଗୁଡିକ ସଙ୍କୁଚିତ ହୋଇଥାଏ । ଯାହା ଶରୀରର ଗତି ଉପରେ ପ୍ରଭାବ ପକାଇଥାଏ । ନିଦରେ ଚାଲିବା, ସ୍ବରରେ ପରିବର୍ତ୍ତନ, ସ୍କିନ ଏଜିଙ୍ଗ, ସ୍ଥିର ହୋଇଯିବା ଆଦି ସମସ୍ୟା ଦେଖିବାକୁ ମିଳେ । କାରଣ କେତେକାଂଶରେ କୋଷ ମରିଯାଇଥାଏ ।

ଏହି ରିସର୍ଚ୍ଚକୁ ପ୍ରମାଣିତ କରିବା ପାଇଁ କେଣ୍ଟ ୟୁନିର୍ଭସିଟି, 46 ଜଣ ପାର୍କିନସନ୍ ରୋଗୀଙ୍କୁ ଚିହ୍ନଟ କରି ‘Easy to use device’ଥେରାପି ଆପଣାଇବାକୁ କହିଥିଲେ । କମ୍ ରୋଗୀଙ୍କୁ ରିସର୍ଚ୍ଚ କରାଯାଇଥିବା ବେଳେ ଏହାର ଫଳାଫଳ ଅତି ରୋମାଞ୍ଚକର ହୋଇଥିଲା । ରୋଗର ଲକ୍ଷଣ ଧିରେ ଧିରେ କମିବାରେ ଲାଗିଥିଲା । ଏହିପରି ରୋଗର ଚିକିତ୍ସା ଅତି ନିମ୍ନ ଭାବରେ କରାଯାଇଥାଏ ଫଳରେ ଶରୀରର ଅନେକ ଭାଗ ପ୍ରଭାବିତ ହୋଇଥାଏ ।

କାନର ଭିତର ଭାଗକୁ ଉତ୍ତେଜିତ କଲେ ସ୍ନାୟୁ ଜନିତ ସମସ୍ୟା ଦୂର ହେବା ସହ କେତେକ ସ୍ଥାନରେ ହୃଦଘାତ ଓ ବ୍ରେନ ଇଞ୍ଜୁରି ଭଳି ସମସ୍ୟାରୁ ଉପଶମ ମିଳିପାରିବ । ତେବେ ଗୀତ ଶୁଣିବା ଏକ ଉଦାହରଣ । କାନକୁ ଉତ୍ତେଜିତ କରିବା ପାଇଁ ଆମେ ଡାକ୍ତରଙ୍କ ସହାୟତା ମଧ୍ୟ ନେଇଥାଉ ଓ ଏଥିପାଇଁ ଅଲଗା ଯନ୍ତ୍ର ମଧ୍ୟ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ghh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.