ETV Bharat / bharat

ଭବିଷ୍ୟତରେ କୋରୋନା ଭଳି ମହାମାରୀକୁ ରୋକିବା ଆବଶ୍ୟକ: ଦଲାଇ ଲାମା - ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସରେ ଦଲାଇ ଲାମାଙ୍କ ବାର୍ତ୍ତା

ଯାହା ହୋଇ ସାରିଲାଣି ତାକୁ ଆମେ ରୋକି ପାରିବା ନାହିଁ କିନ୍ତୁ ଭବିଷ୍ୟତରେ କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ଆମେ ସମସ୍ତେ କିଛି ନା କିଛି ପଦକ୍ଷେପ ନେବା ଉଚିତ ବୋଲି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ତିବ୍ଦତୀୟର ଆଧ୍ୟାତ୍ମିକ ନେତା ଦଲାଇ ଲାମା ସମଗ୍ର ବିଶ୍ବବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ..

ଭବିଷ୍ୟତରେ କୋରୋନା ଭଳି ମହାମାରୀକୁ ରୋକିବା ଆବଶ୍ୟକ: ଦଲାଇ ଲାମା

author img

By

Published : Oct 10, 2020, 3:55 PM IST

ଡେରାଡୁନ୍‌: ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଶନିବାର କୋଭିଡ-19 ସମୟରେ 'କୋରୋନା ଯୋଦ୍ଧା'ଙ୍କ ପ୍ରୟାସକୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏଭଳି ମହାମାରୀ ଠାରୁ ବିଶ୍ବକୁ ରକ୍ଷା କରିବା ପାଇଁ ସମସ୍ତେ କିଛି ପଦକ୍ଷେପ ନେବା ଉଚିତ ବୋଲି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ଦଲାଇ ଲାମା ବିଶ୍ବବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି," କୋରୋନା ମହାମାରୀ ପାଇଁ ବର୍ତ୍ତମାନ ଆମେ ସମସ୍ତେ ଯେଉଁ ସମୟ ଦେଇ ଗତି କରୁଛେ ତାହା ଅତ୍ୟନ୍ତ ଦୁଃଖଦାୟକ । ଅତୀତରେ ଘଟି ଯାଇଥିବା ଆମର କର୍ମଫଳ ସ୍ବରୂପ ଏହି ସମୟ ବର୍ତ୍ତମାନ ଆସିଛି । କିନ୍ତୁ ଭବିଷ୍ୟତରେ ଏଭଳି ମହାମାରୀକୁ ଆମେ ସମସ୍ତେ ପ୍ରତିରୋଧ କରିବା ଉଚିତ ।"

କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟସେବାରେ ଜଡିତ ଲୋକଙ୍କ ନିଜ କାମ ପ୍ରତି ଥିବା ଉଦ୍ୟମ ଓ ଉତ୍ସର୍ଗକୁ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଭୂୟସୀ ପ୍ରଶଂସା କରିଛନ୍ତି । କୋରୋନା ମହାମାରୀକୁ ଯଥାଶୀଘ୍ର ବିଶ୍ବରୁ ଲୋପ କରିବା ପାଇଁ ପ୍ରତିଦିନ ସକାଳେ ସେ ମନ୍ତ୍ର ଓ ପ୍ରାର୍ଥନା କରୁଥିବାର କହିଛନ୍ତି ଏବଂ ଏହାକୁ ସେ ସମଗ୍ର ବିଶ୍ବ ବିଶେଷକରି ଭାରତ ପାଇଁ ଉତ୍ସର୍ଗ କରିଥିବାର କହିଛନ୍ତି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.