ETV Bharat / bharat

ଲକଡାଉନ ଟିପ୍ସ: ଅଳସୁଆମି ଛାଡନ୍ତୁ, ଫିଟ୍ ରହନ୍ତୁ

author img

By

Published : Apr 12, 2020, 7:10 AM IST

ଆପଣ ଯୋଗ, ଜୁମ୍ବା କିମ୍ବା ଏରୋବିକ୍ସ କରିପାରିବେ । ସବୁଠାରୁ ସହଜ ଓ ଉତ୍ତମ ଉପାୟ ହେଉଛି ଡାନ୍ସ । ଅଧିକ ପଢନ୍ତୁ...

ଲକଡାଉନ ଟିପ୍ସ: ଅଳସୁଆମି ଛାଡନ୍ତୁ, ଫିଟ୍ ରହନ୍ତୁ
ଲକଡାଉନ ଟିପ୍ସ: ଅଳସୁଆମି ଛାଡନ୍ତୁ, ଫିଟ୍ ରହନ୍ତୁ

ହାଇଦ୍ରାବାଦ: ଆଧୁନିକ ଯୁଗରେ ଅନେକ ଲୋକ ଜିମ୍‌ ଉପରେ ନିର୍ଭର କରିଥାନ୍ତି । ହେଲେ ଲକଡାଉନ ଚାଲିଥିବାରୁ ବର୍ତ୍ତମାନ ଜିମ୍‌ ଯିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି । ତେବେ ଘରେ ରହିବା ଦ୍ବାରା ଲୋକେ ମେଦବହୁଳତାର ଶିକାର ହେବାର ଆଶଙ୍କା ଦେଖାଦେଇଛି । କାରଣ ଅନେକ ଲୋକ ଅଳସୁଆମି ଦେଖାଇ ବ୍ୟାୟାମ କିମ୍ବା ୱାର୍କଆଉଟ କରିନଥାନ୍ତି ।

ତେବେ ଏହି ସମୟରେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି । ଏହାର ଫାଇଦା ଉଠାଇ ନିଜ ଘରେ ଜିମ୍‌ ଆରମ୍ଭ କରିଦିଅନ୍ତୁ । ଅଳସୁଆମି ଛାଡନ୍ତୁ ଫିଟ୍ ରହନ୍ତୁ । ଘରେ ପୁସ-ଅପ, ପୁଲ-ଅପ, ପ୍ଲାଙ୍କସ୍‌, ସାଇଡ ପ୍ଲାଙ୍କସ୍‌ ଭଳି ବ୍ୟାୟାମ କରନ୍ତୁ । ଏସବୁ ଛୋଟ ଓ ସହଜ ହୋଇପାରେ କିନ୍ତୁ ଏହି ସମୟରେ ଅନେକ ଦରକାରୀ ।

ଆପଣ ଯୋଗ, ଜୁମ୍ବା କିମ୍ବା ଏରୋବିକ୍ସ କରିପାରିବେ । ସବୁଠାରୁ ସହଜ ଓ ଉତ୍ତମ ଉପାୟ ହେଉଛି ଡାନ୍ସ । ନିଜ ପସନ୍ଦର ଗୀତ ଲଗାଇ ସେଥିରେ କିଛି ସମୟ ନାଚନ୍ତୁ । ଏହା ଏକ ଚତ୍ମକାର ବ୍ୟାୟାମ । ବ୍ୟାୟାମ କରିବାର ଏକ ସିଡ୍ୟୁଲ ବନାନ୍ତୁ । ଏହା ଅନୁସାରେ ସକାଳେ ଓ ସନ୍ଧ୍ୟାବେଳେ କଣ କରିବେ ତାହାର ତାଲିକା ବନାନ୍ତୁ ।

ସବୁଦିନ ଏହା ଅନୁସାରେ ସଠିକ ସମୟରେ ସମାନ ବ୍ୟାୟାମ କରନ୍ତୁ । ଜିମ୍ ବ୍ୟାୟାମ ଘରେ କରନ୍ତୁ । ଅଳ୍ପ ଅଳ୍ପ କରି କରନ୍ତୁ ଧିରେ ଧିରେ ଅଭ୍ୟାସରେ ପଡିଯିବ । ଶାରୀରିକ ଭାବେ ସୁସ୍ଥ ରହନ୍ତୁ । ମନ ଭଲ ରହିବ ଏବଂ ଆପଣଙ୍କ ଏହି ସମୟ ହସଖୁସିରେ କଟିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.