ETV Bharat / bharat

ଦୀର୍ଘ 7 ମାସ ପରେ ଖୋଲିବ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’

author img

By

Published : Oct 15, 2020, 1:34 PM IST

ପ୍ରାୟ 7 ମାସ ପରେ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିବ ବିଶ୍ବର ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍ ୟୁନିଟି । ଅକ୍ଟୋବର 17ରୁ ଏହି ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଯାଉଛି ।

ଷ୍ଟାଚ୍ୟୁ ଅଫ୍ ୟୁନିଟି
ଷ୍ଟାଚ୍ୟୁ ଅଫ୍ ୟୁନିଟି

ନୂଆଦିଲ୍ଲୀ: ପ୍ରାୟ 7 ମାସ ପରେ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିବ ବିଶ୍ବର ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍ ୟୁନିଟି । ଅକ୍ଟୋବର 17ରୁ ଏହି ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଯାଉଛି । ମାର୍ଚ୍ଚରେ କରୋନା ସଂକ୍ରମଣ ହେତୁ ଏହାକୁ ବନ୍ଦ ରଖାଯାଇଥିଲା ।

ଅକ୍ଟୋବର 17 ରୁ ଗୁଜୁରାଟରେ ମଧ୍ୟ ନବରାତ୍ରୀ ମହୋତ୍ସବ ଆରମ୍ଭ ହେଉଛି । ଏହି କାରଣରୁ ଏଠାରେ ବହୁ ସଂଖ୍ୟାରେ ଜନସମାଗମ ହେବାର ଆଶଙ୍କା ରହିଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଶର ସର୍ବାଧିକ ରୋଜଗାର କରୁଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ । ଗୁଜରାଟ ସରକାର କୋରୋନା ପରେ ଏଠାକୁ ଆସିବା ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

କୋଭିଡ-19 ର ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରାଯାଇ ଏହାକୁ ଖୋଲାଯିବ । ସାମାଜିକ ଦୂରତାକୁ ପାଳନ କରିବାକୁ ଦୈନିକ କେବଳ ଅଢେଇ ହଜାର ପରିଦର୍ଶକ ଏଠାକୁ ଆସିବାକୁ ଅନୁମତି ପାଇବେ । ସେଥିମଧ୍ୟରୁ କେବଳ 500 ଲୋକଙ୍କୁ 193 ମିଟର ଉଚ୍ଚ ଗ୍ୟାଲେରୀ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ।

ପ୍ରକାଶଥାଉକି, ଏହା ପୂର୍ବରୁ ନର୍ମଦା ନିଗମ ଦ୍ବାରା ନିର୍ମିତ ସଫାରି ପାର୍କ ଆରମ୍ଭ ହୋଇଥିଲା । ଏକାସାଙ୍ଗରେ ଏକତା ମଲ୍, ନ୍ୟୁଟ୍ରିସନ୍ ପାର୍କ ମଧ୍ୟ ଆରମ୍ଭ ହୋଇଛି । ଏଥିସହ ଅକ୍ଟୋବର 31 ରେ ଜାତୀୟ ଏକୀକରଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଭାଡିଆ ସ୍ଥାନ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ଖୁବ ଶୀଘ୍ର ଅହମ୍ମଦାବାଦର କେଭାଡିଆ ଠାରୁ ସାବରମତୀ ପର୍ଯ୍ୟନ୍ତ ସାମୁଦ୍ରିକ ସେବା ମଧ୍ୟ ଆରମ୍ଭ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.