ETV Bharat / bharat

ଚୀନରୁ ଅଶୋଧିତ ତୈଳ କିଣିବା ବନ୍ଦ କଲା ଭାରତ: ରିପୋର୍ଟ - Chinese companies

ଚୀନ୍ ସହ ଜଡିତ କମ୍ପାନିଗୁଡିକରୁ ଭାରତୀୟ ରାଜ୍ୟ ରିଫାଇନର୍ସ ଅଶୋଧିତ ତୈଳ କିଣିବା ବନ୍ଦ କରି ଦେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ ।

ଚୀନରୁ ଅଶୋଧିତ ତୈଳ କିଣିବା ବନ୍ଦ କଲା ଭାରତ
ଚୀନରୁ ଅଶୋଧିତ ତୈଳ କିଣିବା ବନ୍ଦ କଲା ଭାରତ
author img

By

Published : Aug 29, 2020, 9:48 PM IST

Updated : Aug 30, 2020, 12:03 AM IST

ନୂଆଦିଲ୍ଲୀ: ଚୀନ୍ ସହ ଜଡିତ କମ୍ପାନିଗୁଡିକରୁ ଭାରତୀୟ ରାଜ୍ୟ ରିଫାଇନର୍ସ ଅଶୋଧିତ ତୈଳ କିଣିବା ବନ୍ଦ କରି ଦେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ । ଜୁଲାଇ 23 ରେ ଲାଗୁ ହୋଇଥିବା ଏହି ନୂତନ ନିୟମ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ସଂଘର୍ଷ ପରେ ଆସିଛି । ଭାରତ ଏବଂ ଚୀନ୍ ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ହେବା ପରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶ ସଂପର୍କ ମଧ୍ୟରେ ତିକ୍ତତା ବଢିଥିଲା। ପୂର୍ବରୁ ଚୀନ୍‌ ଉପରେ ଭାରତ ଗୋଟିଏ ପରେ ଗୋଟିଏ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବେଳେ ଏବେ ଚୀନ୍ ସହ ଜଡିତ କମ୍ପାନୀଗୁଡିକରୁ ଅଶୋଧିତ ତୈଳ କିଣିବା ବନ୍ଦ କରିଦେଇଛି ।

ଚୀନରୁ ଅଶୋଧିତ ତୈଳ କିଣିବା ବନ୍ଦ କଲା ଭାରତ
ଚୀନରୁ ଅଶୋଧିତ ତୈଳ କିଣିବା ବନ୍ଦ କଲା ଭାରତ

ଗତ ସପ୍ତାହରେ ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କଂପାନିଗୁଡ଼ିକ ଚୀନର ବାଣିଜ୍ୟ ସଂସ୍ଥା ସିଏନଓଓସି ଲିମିଟେଡ୍, ୟୁନିପେକ୍ ଏବଂ ପେଟ୍ରୋ ଚୀନରୁ ଅଶୋଧିତ ତୈଳ ଆମଦାନୀ ପାଇଁ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ସୂଚନା ମିଳିଛି । ତେବେ ଏନେଇ ଭାରତୀୟ ସରକାରୀ ରିଫାଇନାରୀ ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ କର୍ପ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପ, ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି । ନୂତନ ନିୟମରେ, ପଡୋଶୀ ଦେଶର କମ୍ପାନୀଗୁଡିକ ଭାରତୀୟ ଟେଣ୍ଡରରେ ଭାଗ ନେବାକୁ ହେଲେ ବାଣିଜ୍ୟ ବିଭାଗରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରି ଦିଆଯାଇଥିଲା। ଭାରତ ସୀମା ସହ ଚୀନ୍, ପାକିସ୍ଥାନ, ବାଂଲାଦେଶ, ମିଆଁମାର, ନେପାଳ ଏବଂ ଭୁଟାନ ସୀମା ଲାଗି ରହିଥିଲେ ମଧ୍ୟ ନୂତନ ନିୟମ ଘୋଷଣା କରିବା ସମୟ‌ରେ ସରକାର କୌଣସି ଦେଶର ପୃଥକ ନାମକରଣ କରିନଥିଲେ।

ତେବେ ଚୀନର ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ସରକାର ଏହି ବଡ଼ ପଦକ୍ଷେପ ନେଇଥିବା ସ୍ପଷ୍ଟ ଭାବରେ ଦେଖାଯାଇଥିଲା । ରାଜ୍ୟ ରିଫାଇନର୍ସ, ଯାହା ଭାରତର ଦୈନିକ 5 ନିୟୁତ ବ୍ୟାରେଲ ବିଶୋଧନ କ୍ଷମତାର 60% ନିୟନ୍ତ୍ରଣ କରେ । ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉପଭୋକ୍ତା ତଥା ଆମଦାନୀକାରୀ ଏବଂ ଏହା ନିଜ ଆବଶ୍ୟକତାର ପ୍ରାୟ 84% ତୈଳ ଆମଦାନୀ କରେ ।

Last Updated : Aug 30, 2020, 12:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.