ETV Bharat / bharat

କାଲିଫର୍ଣ୍ଣିଆରେ ଭୟାବହ ଅଗ୍ନିକାଣ୍ଡ, 25 ହଜାର ଏକର ଜଙ୍ଗଲ ନଷ୍ଟ

କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ଏହି ଭୟାବହ ଅଗ୍ନିକାଣ୍ଡ ଫଳରେ ଜଙ୍ଗଲର ପ୍ରାୟ 25 ହଜାର ଏକର ଜଙ୍ଗଲ ନଷ୍ଟ ହୋଇଛି । ସେପଟେ ଏହି ଅଗ୍ନିକାଣ୍ଡ କାରଣରୁ କାଲିଫର୍ଣ୍ଣିଆର ପାଖାପାଖି 9 ଲକ୍ଷ ବିଦ୍ୟୁତ ଉପଭୋକ୍ତା ସେବାରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 28, 2019, 8:36 AM IST

Updated : Oct 28, 2019, 9:58 AM IST

ଲସ ଏଞ୍ଜେଲସ୍: କାଲିଫର୍ଣ୍ଣିଆ ଜଙ୍ଗଲରେ ଭୀଷଣ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡ ଫଳରେ ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ ମାତ୍ରାଧିକ ସମସ୍ୟା ଦେଖାଦେଇଥିବା ଜଣାପଡ଼ିଛି । ଏହା ସହିତ ସହରରେ ବ୍ୟାପକ ଭାବେ ବିଦ୍ୟୁତ ସରବରାହରେ ସମସ୍ୟା ସୃଷ୍ଟି ହୋଇଥିବା ଦେଖାଦେଇଛି ।

ଏହି ଅଗ୍ନିକାଣ୍ଡକୁ ନେଇ କାଲିଫର୍ଣ୍ଣିଆର ୟୁଟିଲିଟି ପାସିଫିକ ଗ୍ୟାସ ଏବଂ ଇଲେକ୍ଟ୍ରିକ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, 9 ଲକ୍ଷରୁ ଊର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ସେବାରୁ ବର୍ତ୍ତିପାରନ୍ତି । ସେମାନଙ୍କ ଘରକୁ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଉତ୍ତର ଏବଂ ମଧ୍ୟ କାଲିଫର୍ଣ୍ଣିଆ ଅଞ୍ଚଳରେ ବ୍ୟାପକ ଭାବେ ଗରମ ଅନୁଭୁତ ହେବ ।

ସେପଟେ ସ୍ଥାନୀୟ ସରକାର କହିଛନ୍ତି କି, ଏହି ଭୟାନକ ଅଗ୍ନିକାଣ୍ଡକୁ ରୋକିବାକୁ ହେବ । ଏଥିପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସେମାନେ ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି କି ଜଙ୍ଗଲର ପାଖାପାଖି 25 ହଜାର 455 ଏକର ଜମିରେ ଏହି ନିଆଁ ବ୍ୟାପିଛି । ଏହି ଭୟାବହ ଅଗ୍ନିକାଣ୍ଡ ଫଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଯାହା ଜଙ୍ଗଲର ମାତ୍ର 10 ପ୍ରତିଶତ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏହି ଅଗ୍ନିକାଣ୍ଡ ରାଜ୍ୟ ପାଇଁ ବଡ଼ ବିପଦ ସୃଷ୍ଟି ହୋଇପାରେ ବୋଲି ବିଭାଗ ଆହୁରି ମଧ୍ୟ କହିଛି ।

Intro:Body:

PRABHU

Conclusion:
Last Updated : Oct 28, 2019, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.