ETV Bharat / bharat

ଆଜିଠୁ ଦୂରଦର୍ଶନରେ ରାମାୟଣ, ମହାଭାରତ

author img

By

Published : Mar 27, 2020, 10:40 PM IST

Updated : Mar 28, 2020, 7:53 AM IST

ଶନିବାରଠାରୁ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ ଓ ବିଆର ଚୋପ୍ରାଙ୍କ ମହାଭାରତ । କେତେବେଳେ ରାମାୟଣ ଏବଂ କେତେବେଳେ ମହାଭାରତ ପ୍ରସାରିତ ହେବ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Ramayana'
Ramayana'

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ବିଟ କରି କହିଛନ୍ତି 80 ଦଶକର ପୌରାଣିକ ଶୋ’ ରାମାୟଣ ଦ୍ବିତୀୟ ଥର ପାଇଁ ଦୂରଦର୍ଶନରେ ପ୍ରସାରିତ ହେବ । ଦେଶରେ ବର୍ତ୍ତମାନ 21 ଦିନ ପର୍ଯ୍ୟନ୍ତ ଲକଡାଉନ ଜାରି ହୋଇଛି । ଏହାକୁ ଦେଖି ସରକାର ନିଷ୍ପତି ନେଇଛନ୍ତି ଦୂରଦର୍ଶନରେ 1980ରେ ପ୍ରସ୍ତୁତ ହୋଇଥିବା ରାମାନନ୍ଦ ସାଗରଙ୍କ ରାମାୟଣକୁ ପୁଣିଥରେ ପ୍ରସାରଣ କରାଯିବ ।

PHOTO
ସୌଜନ୍ୟ: @PrakashJavdekar

ରାମାୟଣର ପ୍ରଥମ ଏପିସୋଡ ସକାଳ 9 ଟାରେ ଓ ଏହାର ପୁନଃପ୍ରସାରଣ ରାତି 9 ଟାରେ ହେବ । ରାମାନନ୍ଦ ସାଗରଙ୍କ ଦ୍ବାରା ପ୍ରସ୍ତୁତ ଏହି ଧାରାବାହିକ 80 ଦଶକର ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ରାମାୟଣକୁ ଜନତା ବେଶ ପସନ୍ଦ କରିବା ସହ ଆଜି ମଧ୍ୟ ମନେ ରଖିଛନ୍ତି । ଏହା ପୁଣିଥରେ ପ୍ରସାରଣ ହେବା ଘୋଷଣା ହେବାପରେ ସାରାଦେଶରେ ଲୋକଙ୍କ ମଧ୍ୟରେ ଖୁସି ଲାଗି ରହିଛି । ଏହି ରାମାୟଣରେ ରାମ ଚରିତ୍ର ନିଭାଇ ଲୋକଙ୍କ ହୃଦୟ ଜିଣିଥିବା ଅଭିନେତା ଅରୁଣ ଗୋବିଲ ଏହା ଜାଣିବା ପରେ ଖୁସି ବ୍ଯକ୍ତ କରିବା ସହ ଭଗବାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

PHOTO
ସୌଜନ୍ୟ: @PrakashJavdekar

ଅରୁଣ କହିଛନ୍ତି ରାମାନନ୍ଦ ସାଗରଙ୍କ ଦ୍ବାରା ପ୍ରସ୍ତୁତ ରାମାୟଣ ସେତେବେଳେ ଲୋକଙ୍କ ଶ୍ରଦ୍ଧା, ସମ୍ମାନ ସହ ସମର୍ଥନ ପାଇଥିଲା । ଆଉ ଆଜି ମଧ୍ୟ ତାହା ଜାରି ରହିଛି । ସେ କହିଛନ୍ତି ମତେ ଲାଗୁଛି ସ୍ବୟଂ ଭଗବାନ ଚାହୁଁଛନ୍ତି ଏହି ଶୋ’ ଆଉଥରେ ପ୍ରସାରିତ ହେଉ । ଯେଉଁଥିପାଇଁ ପ୍ରଭୁ ଆର୍ଶିବାଦ କରିଛନ୍ତି । ନଚେତ ଏତେ ପୁରୁଣା ଲୋକପ୍ରିୟ କାର୍ଯ୍ୟକ୍ରମକୁ ଏତେ ଦିନ ପରେ କାହିଁକି ଅଣାଯାଇଥାନ୍ତା । ସଂକଟ ସମୟରେ ଭଗବାନଙ୍କ ସହ ଯୋଡିହେବା ଓ ଭଗବାନଙ୍କ ଆର୍ଶିବାଦ କାମନା କରିବା ଜରୁରୀ । ଯଦି ଆମର ରାମାୟଣରେ ଲୋକଙ୍କୁ ଭକ୍ତି ମୁକ୍ତି ଓ ମାନସିକ ଶକ୍ତି ମିଳିବ ଏହା ଭଲ କଥା ବୋଲି ସେ କହିଛନ୍ତି ।

ଅରୁଣ ଆହୁରି କହିଛନ୍ତି ଏହା ଏକ ଆଧ୍ୟାତ୍ମିକ ଶୋ’ ଯାହା ପରିବାର ସହ ସମସ୍ତେ ଦେଖିପାରିବେ । ଏହା ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଲୋକଙ୍କୁ ମାନସିକ ଦୁଶ୍ଚିନ୍ତାରୁ ଦୂରରେ ରଖିବ । ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଉତ୍ତମ ରହିବ ।

ଅନ୍ୟପଟେ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଆଉ ଏକ ଟ୍ବିଟ କରି କହିଛନ୍ତି ମାର୍ଚ୍ଚ 28 ( ଶନିବାର) ଠାରୁ ସେହି ଦୂରଦର୍ଶନ ଭାରତୀ’ରେ ମଧ୍ୟାହ୍ନ 12 ଟା ଓ ସଂଧ୍ୟା 7 ଟାରେ ମହାଭାରତ ପ୍ରତିଦିନ ଦୁଇଟି ଏପିସୋଡ ପ୍ରସାରିତ ହେବ ।ସୂଚନାଯୋଗ୍ୟ ଯେ, ମହାମାରୀ କୋରୋନା ମୁକାବିଲା ପାଇଁ ସାରାଦେଶ 21 ଦିନ ପର୍ଯ୍ୟନ୍ତ ଲକଡାଉନ ଥିବା ବେଳେ ଲୋକଙ୍କର ସମୟ ଅତିବାହିତ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2020, 7:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.