ETV Bharat / bharat

ଋଷି କପୁରଙ୍କ ଦେହାନ୍ତରେ ମ୍ରିୟମାଣ ଶାହରୁଖ, ସେୟାର କଲେ ଭାବପ୍ରବଣ ପୋଷ୍ଟ

author img

By

Published : May 1, 2020, 11:33 AM IST

ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କିଙ୍ଗ୍ ଖାନ ଶାହରୁଖ। ସୋସିଆଲ ମିଡିଆ ମାଧ୍ୟମରେ ଏକ ଋଷିଙ୍କ ସହ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଷ୍ଟାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଧିକ ପଢନ୍ତୁ...

SRK condoles rishi kapoor demise with heartfelt note
ଋଷି କପୁରଙ୍କ ଦେହାନ୍ତରେ ଭାବବପ୍ରବଣ ନୋଟ ସେୟାର କଲେ ଶାହାରୁଖ୍

ମୁମ୍ବାଇ: ଆଉ ନାହାଁନ୍ତି ବଲିଉଡର ବିଶିଷ୍ଟ ଅଭିନେତା ଋଷି କପୁର । ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଯାହା ସମଗ୍ର ସିନେଜଗତକୁ ସ୍ତବ୍ଧ କରିଦେଇଛି । ନେତା, ଅଭିନେତାଙ୍କ ଠାରୁ ଆରମ୍ଭ କରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଆଉ ଏଥିରେ ମ୍ରିୟମାଣ ହୋଇ ପଡ଼ିଛନ୍ତି ବଲିଉଡ଼୍ କିଙ୍ଗ୍ ଖାନ୍ ଶାହାରୁଖ୍ ।

କିମ୍ବଦନ୍ତୀ ସୁପରଷ୍ଟାରଙ୍କ ଦେହାନ୍ତ ହେବାର କିଛି ସମୟ ପରେ ଶାହରୁଖ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭାବବପ୍ରବଣ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଋଷି କପୁରଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ଦେଇ ଏକ ନୋଟ୍ ଲେଖି ଷ୍ଟାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଉ ନୋଟର ପ୍ରଥମ କିଛି ଧାଡିଗୁଡ଼ିକ ହେଉଛି, ‘ମୁଁ ଯେବେ ଚଳଚ୍ଚିତ୍ର ଜଗତରେ ପାଦ ଦେଲି, ମୁଁ କିପରି ଦେଖିଯିବି, ଯଦି ମୋ ପାଖରେ ଭଲ ଟ୍ୟାଲେଣ୍ଟ୍ ନଥିବ, ସେ ନେଇ ବହୁତ ଚିନ୍ତାରେ ଥିଲି । କିନ୍ତୁ ପରେ ନିଜକୁ ବୁଝେଇଥିଲି କ୍ୟରିୟରରେ ଫେଲ ହେଲେ ତ କ’ଣ ହେଲା, ମୁ ତ ଋଷି କପୁରଙ୍କ ପରି ମହାନ ଅଭିନେତାଙ୍କ ସହ କାମ କରି ସାରିଛି ।

ଋଷି କପୁରଙ୍କ ସହ ଯେବେ ମୁଁ ପ୍ରଥମ ସୁଟ୍ ଚାଲିଥିଲା, ସେ ହସିକରି ମୋତେ କହିଥିଲେ, ‘ୟାର୍ ତୁଝମେ ଏନର୍ଜି ହେ’...ଯେଉଁ ଦିନ ମୁଁ ମୋ ମନରେ ଅଭିନେତା ହୋଇଗଲି । ଶେଷରେ ଭାରି ହୃଦୟରେ କିଙ୍ଗ ଖାନ ଲେଖିଥିଲେ, ମୁଁ ତାଙ୍କୁ ସର୍ବଦା ମୋ ହୃଦୟରେ ରଖିବି, ଯାହାଙ୍କ ପାଇଁ ଆଜି ମୁ ଏଇଠି ପହଞ୍ଚି ପାରିଛି । 'ଦିୱାନା', 'ଓମ୍ ଶାନ୍ତି ଓମ୍' ଏବଂ 'ଜବ୍ ତକ୍ ହେ ଜାନ' ଭଳି ସ୍ମରଣୀୟ ଚଳଚ୍ଚିତ୍ରରେ ଉଭୟ ସୁପରଷ୍ଟାର ଏକାଠି କାମ କରିଛନ୍ତି। କରୀନାଙ୍କ ଠାରୁ ଆରମ୍ଭ କରି ଆଲିଆ ଏବଂ ଦୀପିକା, କ୍ୟାଟ୍ରିନା, ଶ୍ରଦ୍ଧା ଇତ୍ୟାଦି ଅଭିନେତ୍ରୀ ସ୍ୱର୍ଗୀୟ ତାରାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।

ବ୍ୟୁରୋ ରୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.