ନୂଆଦିଲ୍ଲୀ: ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଚର୍ଚ୍ଚାକୁ ଆସିଥିବା ଅମୂଲ୍ୟା ଲିୟୋନାଙ୍କୁ ନେଇ ଦକ୍ଷିଣପନ୍ଥୀ ସଙ୍ଗଠନ ‘ଶ୍ରୀରାମ ସେନା’ର ବିବାଦୀୟ ବୟାନ । ଅମୂଲ୍ୟାଙ୍କୁ ହତ୍ୟା କଲେ 10ଲକ୍ଷ ଟଙ୍କା ପୁରସ୍କାର ଦେବ ସଙ୍ଗଠନ । ଏଭଳି ଘୋଷଣା କରିଛନ୍ତି ସଙ୍ଗଠନର ଜଣେ କାର୍ଯ୍ୟକର୍ତ୍ତା ।
ଅନ୍ୟପଟେ ଏହି ଘୋଷଣା ସମ୍ପର୍କରେ ପୋଲିସ ନିକଟରେ କୌଣସି ଖବର କହିଛନ୍ତି ବେଲ୍ଲାରୀ ଏସପି । ସେ କହିଛନ୍ତି, କାର୍ଯ୍ୟକର୍ତ୍ତା ଏଭଳି କହୁଥିବା କୌଣସି ଭିଡିଓ ଆମର ହସ୍ତଗତ ହୋଇନାହିଁ । କେବଳ ସେତିକି ନୁହେଁ, ଆଗରୁ ଅମୂଲ୍ୟାଙ୍କ ନକ୍ସଲ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଅନ୍ୟପଟେ ଅମୂଲ୍ୟାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିଛି ବ୍ୟକ୍ତି ତାଙ୍କ ଘର ଆଗରେ ଅରାଜକତା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି ।