ETV Bharat / bharat

ଆଜି ଭାରତୀୟ ପ୍ରତିପକ୍ଷଙ୍କୁ ଭେଟିବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବୟା

ତିନି ଦିନିଆ ଭାରତ ଗସ୍ତରେ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପାକ୍ସେ । ପ୍ରଥମ ବିଦେଶ ଗସ୍ତ ଅବସରରେ ଆଜି ସେ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କୁ ସାକ୍ଷାତ କରିବେ।

author img

By

Published : Nov 29, 2019, 10:03 AM IST

modi, gotabaya,delhi
ଡିଜାଇନ ଫଟୋ

ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପାକ୍ସେ । ପ୍ରଥମେ ବିଦେଶ ଗସ୍ତ ଅବସରରେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବେ । ଗୁରୁବାର ରାଜପାକ୍ସେ ଦିଲ୍ଲୀରେ ପହଞ୍ଚିଛନ୍ତି ।

ଶୁକ୍ରବାର ସେ ପ୍ରଥମେ ମହାତ୍ମାଗାନ୍ଧୀଙ୍କ ସମାଧିସ୍ଥଳର ରାଜଘାଟ ଯିବା ପରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ । ହାଇଦ୍ରାବାଦ ହାଉସରେ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ପାଇଁ ଆଲୋଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ରାଜପାକ୍ସେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ ।

ଏହାପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଭେଟିବାର ଯୋଜନା ରହିଛି । ଶନିବାର ଦିଲ୍ଲୀର ଏକ ଉତ୍ସବରେ ଯୋଗଦେବା ପରେ ସେ ଶନିବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଦୃଢ ସମ୍ପର୍କ ସହ ଭବିଷ୍ୟତରେ ଭଲ କାମ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଶ୍ରୀଲଙ୍କାରେ ରହୁଥିବା ତାମିଲ ସମ୍ପ୍ରଦାୟର ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.