ETV Bharat / bharat

କୋରୋନା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଲାଇଲାମା ଦେଲେ 15 ଲକ୍ଷ - ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି

କୋରୋନା ସଙ୍କଟ ମଧ୍ୟରେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 15 ଲକ୍ଷ ଟଙ୍କା ଦାନ କଲେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା । ଅଧିକ ପଢନ୍ତୁ...

କୋରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 15 ଲକ୍ଷ ଦେଲେ ଦଲାଇଲାମା

author img

By

Published : Mar 27, 2020, 10:48 AM IST

ନୂଆଦିଲ୍ଲୀ: ସାରା ଦେଶ ଏବେ କୋରୋନା ସଙ୍କଟ ମଧ୍ୟ ଗତି କରୁଛି । ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଘୋଷଣା ହୋଇଥିବା ଲକଡାଉନ ଯୋଗୁଁ ବନ୍ଦ ଅଛି ସମସ୍ତ ଗାଡିମଟର ଆଉ ଦୋକାନବଜାର । କୋରୋନା ବିରୋଧରେ ଚାଲିଥିବା ଲଢେଇରେ ଦେଶକୁ ଆବଶ୍ୟକ ପ୍ରଚୁର ଅର୍ଥ । ଏପରି ସ୍ଥିତିରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଭାଇରସ ସହ ମୁକାବିଲା ପାଇଁ 15 ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ଏହି ଅର୍ଥ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡିଛି ।

ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଗୁରୁବାର ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କୁ ଏକ ଚିଠି ଲେଖି ସାରା ବିଶ୍ବରେ ବ୍ୟାପିଥିବା କୋରୋନା ଭାଇରସର ମୁକାବିଲା ପାଇଁ ରିଲିଫ ପାଣ୍ଠିକୁ 15 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଦଲାଇଲାମା ଏହି ଚିଠିରେ ଲେଖିଛନ୍ତି ଯେ ହିମାଚଳ ପ୍ରଦେଶରେ ମୁଁ ପ୍ରାୟ 60 ବର୍ଷ ଧରି ରହିଆସୁଛି । ମୁଁ ସ୍ବଭାବିକ ଭାବରେ ଏହି ରାଜ୍ୟର ଲୋକଙ୍କ ସ୍ନେହ ଅନୁଭବ କରୁଛି । ତେଣୁ ସମ୍ମାନ ଏବଂ ସହାନୁଭୂତିର ଦୃଷ୍ଟିରୁ ସମାଜର ଗରିବ ଏବଂ ଅଭାବୀ ବର୍ଗଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ରିଲିଫ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଥିବା ଚିଠିରେ ଉଲ୍ଲେଖ ରହିଛି ।

@ians_india

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.