ETV Bharat / bharat

କୋରୋନା ଆତଙ୍କ: ଲକଡାଉନ ବେଳେ ସମୟର କରନ୍ତୁ ସୁଦୁପଯୋଗ - କୋରୋନା ଆତଙ୍କ

21 ଦିନ କର୍ମବ୍ୟସ୍ତ ଲୋକଙ୍କ ପାଇଁ ସମୟ କାଟିବା କଷ୍ଟକର ହୋଇପଡିବ । ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଲୋକେ ଘରେ ବସି ବସି ନିଶ୍ଚୟ ଚିଡଚିଡା ହୋଇପାରନ୍ତି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ଲକଡାଉନବେଳେ ସମୟର କରନ୍ତୁ ସଦୁପଯୋଗ

author img

By

Published : Mar 25, 2020, 9:10 PM IST

ହାଇଦ୍ରାବାଦ: ସାରା ଦେଶରେ କୋରୋନା ଆତଙ୍କ । ଏପର୍ଯ୍ୟନ୍ତ 500ରୁ ଉର୍ଦ୍ଧ୍ବ ମାମଲା ସାମନାକୁ ଆସିସାରିଛି । ସଂକ୍ରମଣ ରୋକିବାକୁ ସରକାର ନେଇଛନ୍ତି କଠୋର ପଦକ୍ଷେପ । 21 ଦିନ ଯାଏଁ ସମଗ୍ର ଦେଶରେ ଲକଡାଉନ ଘୋଷଣା ହୋଇଛି ।

ତେବେ ଏହି 21 ଦିନ କର୍ମବ୍ୟସ୍ତ ଲୋକଙ୍କ ପାଇଁ ସମୟ କାଟିବା କଷ୍ଟକର ହୋଇପଡିବ । ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଲୋକେ ଘରେ ବସି ବସି ନିଶ୍ଚୟ ଚିଡଚିଡା ହୋଇପାରନ୍ତି । ଏହି ସମୟରେ ନିଜ ସମୟକୁ କିପରି ସଦୁପଯୋଗ କରିବେ ସେଥିପାଇଁ କିଛି ଉପାୟ ଆମେ ଆପଣଙ୍କୁ ବତାଇବୁ । କୌଣସି ବି କାମ କରିବା ପୂର୍ବରୁ ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ରଖନ୍ତୁ । ଦେଖିବେ ଆପଣଙ୍କ ପ୍ରତିଟି ମୂହୂର୍ତ୍ତ ଖୁସି ଓ ଶାନ୍ତିରେ କଟିଯିବ ।

ଦିନର ଆରମ୍ଭରୁ ମସ୍ତିଷ୍କ ଥଣ୍ଡା ରଖନ୍ତୁ । ଅତ୍ୟନ୍ତ ଶାନ୍ତ ଭାବେ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ । ମନେରଖନ୍ତୁ ଚାପ ସମୟରେ ହିଁ ମନରେ ଅନେକ ଖରାପ ଚିନ୍ତା ଘୂରିବୁଲେ । ନକରାତ୍ମକ ଚିନ୍ତାଧାରା କୋରୋନା ଭୂତାଣୁ ଭଳି ହୋଇଥାଏ । ସୁଯୋଗ ପାଇବା ମାତ୍ରେ ଆପଣଙ୍କୁ ଆଟାକ୍‌ କରିଥାଏ । ତେଣୁ ସୁସ୍ଥ ଓ ଥଣ୍ଡା ମନରେ ସମସ୍ତ ସମସ୍ତ କାମର ଆରମ୍ଭ କରନ୍ତୁ, ଦେଖିବେ ସଫଳ ହେବେ ।

କୋରୋନାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ଭବିଷ୍ୟତ କଥା ଭାବନ୍ତୁ ନାହିଁ । ବର୍ତ୍ତମାନ କଥା ଭାବନ୍ତୁ । ନ୍ୟୁଜ ଓ ସରକାରଙ୍କ ଗାଇଡଲାଇନ ଉପରେ ଧ୍ୟାନ ଦିଅନ୍ତୁ । ଏହାକୁ ମାନିବା ସହ କିପରି ଉପଯୁକ୍ତ ପଦକ୍ଷେପ ନେବେ ତାହା ଚିନ୍ତା କରନ୍ତୁ । ଅତ୍ୟଧିକ ଭୟଙ୍କର ଖବର ଦେଉଥିବା ମିଡିଆଠାରୁ ଦୂରରେ ରହନ୍ତୁ । ଭବିଷ୍ୟତକୁ ନେଇ ଡରାଉଥିବା ଖବରକୁ ଅଣଦେଖା କରି ବର୍ତ୍ତମାନ କଣ କରିବେ ତାହା ଉପରେ ତର୍ଜମା କରନ୍ତୁ । ସତର୍କ ରହିବା ସହ ନିଜକୁ ବହିପଢା, ଗୀତ ଶୁଣା କିମ୍ବା ରୋଷେଇ କରିବାରେ ବ୍ୟସ୍ତ ରଖନ୍ତୁ ।

ଆପଣଙ୍କ ସଙ୍ଘର୍ଷ କଥା ଭାବନ୍ତୁ । ଅତୀତରେ ଯଦି କୌଣସି କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି ତେବେ ସେଥିରୁ କିପରି ବାହାରିଛନ୍ତି ସେହି କଥା ଭାବନ୍ତୁ । କିପରି ସେହି ସମୟକୁ ସାମନା କରି ଆଗେଇଛନ୍ତି ତାହା ଚିନ୍ତା କରନ୍ତୁ । ଘର ଲୋକଙ୍କ ଆଗରେ ସେହି ସଫଳତାର ବାର୍ତ୍ତା ବଖାଣନ୍ତୁ । ଏକାଠି କିପରି କୋରୋନାକୁ ମୁକାବିଲା କରିବେ ସେକଥା ପରିବାରବର୍ଗଙ୍କୁ ବୁଝାନ୍ତୁ । ଆପଣଙ୍କ ପ୍ରେରଣାଦାୟୀ କଥା ସେମାନଙ୍କୁ ନିଶ୍ଚୟ ଉତ୍ସାହ ଦେବ । ଅଫିସରେ ଆପଣଙ୍କ ସଫଳତାର କାହାଣୀ ଘର ଲୋକଙ୍କୁ ଶୁଣାନ୍ତୁ । ସେମାନେ ଉତ୍ସାହିତ ହେବେ ଆଉ ଆପଣଙ୍କ ସମୟ କଟିଯିବ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯୋଗ କରନ୍ତୁ । ସମସ୍ତ ଚିନ୍ତା, ରାଗ, ଦ୍ବେଷର ସଫଳ ଔଷଧ ଯୋଗ । ଏହା ଆପଣଙ୍କର ଅଧିକ ସମୟ ନେବନି । କିନ୍ତୁ ଲମ୍ବା ସମୟ ଯାଏଁ ଏହାର ଉପକାର ଆପଣଙ୍କ ସହ ରହିବ । ଗୋଟିଏ ମିନିଟରୁ ଏହା ଆରମ୍ଭ କରନ୍ତୁ । ଧିରେ ଧିରେ ସମୟକୁ 5ରୁ 10 ମିନିଟ ଯାଏଁ ବଢାଇବେ । ଏହାସହ ଘରେ କଣ କରିବେ ତାହାର ଏକ ତାଲିକା ବନାନ୍ତୁ । ଏଥିରେ ନିଜର ଦୁର୍ବଳତା ମଧ୍ୟ ଲେଖନ୍ତୁ । କିପରି ଏହାକୁ ଦୂର କରିବେ ତାହାକୁ ଧ୍ୟାନ ଦିଅନ୍ତୁ । ଯେପରି ଆପଣଙ୍କ ଅବସର ସମୟ ସରିବାବେଳେ ଆପଣ ଆଗ ଅପେକ୍ଷା ଅଧିକ ଦୃଢତାର ସହ କାମ କରିପାରିବେ ।

ଏକା ରହନ୍ତୁ ନାହିଁ । ସବୁବେଳେ ଘର ଲୋକଙ୍କ ସହ ସମୟ କାଟନ୍ତୁ । ପୁଣିଥରେ ଅଫିସ ଆରମ୍ଭ ହୋଇଗଲେ ଏପରି ସମୟ ମିଳିବନି । ବିଭିନ୍ନ ବିଷୟରେ କଥା ହୁଅନ୍ତୁ । ଜୀବନର ସଫଳତା ଓ ବିଫଳତାର କାହାଣୀ ଘନିଷ୍ଠ ଲୋକଙ୍କୁ ଶୁଣାନ୍ତୁ । ସେହିପରି ସୁସ୍ଥ ଖାଦ୍ୟ ଖାଆନ୍ତୁ । ସୁସ୍ଥ ମନ ପାଇଁ ସୁସ୍ଥ ଖାଦ୍ୟ ଜରୁରୀ । ତେଲ, ମସଲା, ଚର୍ବି ଜାତୀୟ ଖାଦ୍ୟଠାରୁ ଦୂରରେ ରହନ୍ତୁ । ଫଳ ଓ ପ୍ରୋଟିନଯୁକ୍ତ ଆହାର ଗ୍ରହଣ କରନ୍ତୁ । ଆପଣଙ୍କ ଇଚ୍ଛା ଯେଉଁଥିରେ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ । ନିଜର ହବିକୁ ପୁଣି ସାମନାକୁ ଆଣନ୍ତୁ । ଡରନ୍ତୁ ନାହିଁ, ସୁସ୍ଥ ଓ ସତର୍କ ରହନ୍ତୁ । ଅନ୍ୟକୁ ସଚେତନ କରନ୍ତୁ ଏବଂ ଏହି ସମୟକୁ ଉପଭୋଗ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.