ଶିମଲା: ଏବେ ସାରା ବିଶ୍ବରେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଏହାର ପ୍ରତିହତ ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଆଉ ଏହି ଲକଡାଉନ କାରଣରୁ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ । ତେବେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ତତ୍ପର । ଏପଟେ ଗୋଆରେ ଫସି ରହିଥିବା ରାଜ୍ୟବାସୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଗୋଆରୁ ହିମାଚଳ ପ୍ରଦେଶର ୟୁନା ସହରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ଶନିବାର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହା କହିଛନ୍ତି ।
ଦେଶବ୍ୟାପୀ ତାଲା ପଡିଥିବାରୁ ଶିମଲା ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରି ସ୍ୱତନ୍ତ୍ର ଟ୍ରେନର ବନ୍ଦୋବସ୍ତ କରିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନ୍ ଗୋଆରୁ ମେ 13 କିମ୍ବା 14ରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ଗୋଆରେ 1,204 ହିମାଚଳ ବାସିନ୍ଦା ଅଛନ୍ତି । ସେମାନଙ୍କ ମଧ୍ୟରେ ମାଣ୍ଡିରୁ 398, କୁଲୁରୁ 246, କାଙ୍ଗ୍ରାରୁ 241, ଚାମ୍ବାରୁ 105, ଶିମଲାରୁ 70 ଏବଂ ସୋଲାନ ଜିଲ୍ଲାର 43 ଜଣ ଅଛନ୍ତି । ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।
@ IANS