ETV Bharat / bharat

ସ୍ବତନ୍ତ୍ର ଟ୍ରେନରେ ବେଙ୍ଗାଲୁରୁରୁ ଜମ୍ମୁ ଗଲେ 950 ସେନା କର୍ମଚାରୀ - ସ୍ବତନ୍ତ୍ର ଟ୍ରେନ

950 ସେନା କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ଶୁକ୍ରବାର ବେଙ୍ଗାଲୁରୁରୁ କାଶ୍ମୀର ଅଭିମୁଖେ ଯାତ୍ରା କରିଛି । ଟ୍ରେନ୍ ଏପ୍ରିଲ୍ 20 ରେ ଜମ୍ମୁରେ ପହଞ୍ଚିବା ଧାର୍ଯ୍ୟ ହୋଇଛି । ଅଧିକ ପଢନ୍ତୁ...

ସେନା କର୍ମଚାରୀ
ସେନା କର୍ମଚାରୀ
author img

By

Published : Apr 17, 2020, 5:40 PM IST

ବେଙ୍ଗାଲୁରୁ: ସାରା ଦେଶରେ କୋରୋନା ସଂକ୍ରମଣ ଉପରେ କାବୁ ପାଇଁ ଦ୍ବୀତିୟ ଚରଣ ଲକଡାଉନ ମେ 3 ତାରିଖ ଯାଏଁ ଜାରି ରହିଛି । ଏପରିସ୍ଥଳେ 950 ସେନା କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ଶୁକ୍ରବାର ବେଙ୍ଗାଲୁରୁରୁ କାଶ୍ମୀର ଅଭିମୁଖେ ଯାତ୍ରା କରିଛି । ଟ୍ରେନ୍ ଏପ୍ରିଲ୍ 20 ରେ ଜମ୍ମୁରେ ପହଞ୍ଚିବା ଧାର୍ଯ୍ୟ ହୋଇଛି ।

ସୂଚନା ଯେ, ଏହି ଟ୍ରେନରେ ବେଙ୍ଗାଲୁରୁ, ବେଲଗାମ୍ ଏବଂ ସିକନ୍ଦରାବାଦ ଆର୍ମି ଟ୍ରେନିଂ ପ୍ରତିଷ୍ଠାନରୁ ପ୍ରଫୋସନାଲ କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତେ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ନିୟୋଜିତ ହେବେ । ସମସ୍ତ 950 ସେନା କର୍ମଚାରୀ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ଅବଧି ଅତିକ୍ରମ କରିଛନ୍ତି ଏବଂ ମେଡିକାଲ ପରୀକ୍ଷା କରାଯାଇଛି ବୋଲି ସେନା ଆଜି ପ୍ରକାଶ କରିଛି ।

ଅଧିକାରୀମାନେ କହିଛନ୍ତି ଯେ ସେନା କର୍ମଚାରୀଙ୍କ ବ୍ୟାଗେଜ୍ ସାନିଟାଇଜ୍ କରାଯାଇଥିଲା ଏବଂ ସାନିଟାଇଜେସନ୍ ଟନେଲ୍ ମଧ୍ୟ ବ୍ୟବହାର କରାଯାଇଥିଲା । ସ୍କ୍ରିନିଂ ବେଳେ ସାମାଜିକ ଦୂରତା ବଜାୟ ରଖାଯାଇଥିବା ଅଧିକାରୀ କହିଛନ୍ତି ।

ସେନା ଦ୍ବିତୀୟ ଟ୍ରେନ୍ ବିଷୟରେ ମଧ୍ୟ ସୂଚନା ଦେଇଛି ଯାହା ଏପ୍ରିଲ୍ 18 ରେ ଚାଲିବ । ଏହା ଦେଶର ଉତ୍ତର-ପୂର୍ବ ଭାଗରେ ନିୟୋଜିତ ୟୁନିଟ୍, ସେନା କର୍ମଚାରୀଙ୍କୁ ପରିବହନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.