ETV Bharat / bharat

ମାଲେସିଆରୁ ତାମିଲନାଡୁ ଫେରିଲେ 177 ଭାରତୀୟ - ଏୟାର ଇଣ୍ଡିଆ ବିମାନ

ଶନିବାର ସନ୍ଧ୍ୟାରେ ଏହି ଯାତ୍ରା ଆରମ୍ଭ ହୋଇଛି । ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆ ବିମାନରେ ଏମାନେ ଫେରିଛନ୍ତି । ଅଧିକ ପଢନ୍ତୁ...

ମାଲେସିଆରୁ ତାମିଲନାଡୁ ଫେରିଲେ 177 ଭାରତୀୟ
ମାଲେସିଆରୁ ତାମିଲନାଡୁ ଫେରିଲେ 177 ଭାରତୀୟ
author img

By

Published : May 10, 2020, 1:00 AM IST

କୂଆଲାଲୁମ୍ପୁର: ମାଲେସିଆରୁ ଭାରତ ଅଭିମୁଖେ ବାହାରିଛନ୍ତି 177 ଭାରତୀୟ । ଲକଡାଉନ ଯୋଗୁଁ ଏମାନେ ସେଠାରେ ଫସି ରହିଥିଲେ । କ୍ବାଲାଲାମପୁରରୁ ତାମିଲନାଡୁର ତ୍ରିଚି ଅଭିମୁଖେ ଏମାନେ ବାହାରିଛନ୍ତି ।

କ୍ବାଲାଲାମପୁରରେ ଥିବା ଭାରତୀୟ ହାଇକମିଶନ ଟ୍ବିଟରରେ ଏହି ସୂଚନା ଦେଇଛନ୍ତି । ଶନିବାର ସନ୍ଧ୍ୟାରେ ଏହି ଯାତ୍ରା ଆରମ୍ଭ ହୋଇଛି । ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆ ବିମାନରେ ଏମାନେ ଫେରିଛନ୍ତି । ଏଥିପାଇଁ ମାଲେସିଆ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ ହାଇକମିଶନ ।

ମେ 7ରୁ ସପ୍ତାହେ ବ୍ୟାପୀ ସରକାର ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରିବାର ଯୋଜନା କରିଛନ୍ତି । ଏଥିପାଇଁ ଏୟାର ଇଣ୍ଡିଆ 64ଟି ବିମାନ ଚଲାଇବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏଥିରେ ପ୍ରାୟ 15 ହଜାର ଭାରତୀୟ ଫେରିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.