ନୂଆଦିଲ୍ଲୀ: ସିବିଆଇର ସ୍ବତନ୍ତ୍ର କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏୟାରସେଲ- ମାକ୍ସିସ ମାମଲାରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଏହି ଜାମିନ ପ୍ରଦାନ କରିଛି ।
ଆଇଏନଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମ ଏବେ ସିବିଆଇ ହେପାଜତରେ ଅଛନ୍ତି ।