ETV Bharat / bharat

ବାବ୍ରି ମାମଲା ଶୁଣାଣି, ନିର୍ଦ୍ଦୋଷରେ ଖଲାସ ସମସ୍ତ ଅଭିଯୁକ୍ତ - Special court

28 ବର୍ଷ ପରେ ଆସିଲା ଆଉ ଏକ ଗୁରୁତ୍ବପୂର୍ଣ୍ଣ ରାୟ । ବୁଧବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟ 1992 ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ନିର୍ଦ୍ଦୋଷରେ ଖଲାସ ସମସ୍ତ ଅଭିଯୁକ୍ତ
ନିର୍ଦ୍ଦୋଷରେ ଖଲାସ ସମସ୍ତ ଅଭିଯୁକ୍ତ
author img

By

Published : Sep 30, 2020, 12:39 PM IST

Updated : Sep 30, 2020, 2:18 PM IST

ଲକ୍ଷ୍ନୌ: 28 ବର୍ଷ ପରେ ଆସିଲା ଆଉ ଏକ ଗୁରୁତ୍ବପୂର୍ଣ୍ଣ ରାୟ । ବାବ୍ରି ମସଜିଦ ଅଥବା ବିବାଦୀୟ ଢାଞ୍ଚାକୁ ଭାଙ୍ଗିବା ନେଇ ଅଭିଯୁକ୍ତ ଥିବା 32 ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଲକ୍ଷ୍ନୌ ସ୍ବତନ୍ତ୍ର ଅଦାଲତ । ବୁଧବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟ 1992 ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। 1992 ଡିସେମ୍ବର 6 ରେ ଅଯୋଧ୍ୟାରେ ଥିବା ବିବାଦୀୟ ଢାଞ୍ଚାକୁ ଧ୍ବଂସ କରାଯାଇଥିଲା ।

ଏହି ମାମଲା ଆରମ୍ଭରେ ମୋଟ 49 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଥିମଧ୍ୟରୁ 17 ଜଣଙ୍କର ମୃତ୍ୟୁ ହୋଇସାରିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଶୋକ ସିଙ୍ଗଲ, ଗିରିରାଜ କିଶୋର, ବିଷ୍ଣୁ ହରି ଡାଲମିଆ, ମୋରେଶ୍ବର ସାୱେଁ, ମହନ୍ତ ଅଭୈଦ୍ୟନାଥ, ମହାମଣ୍ଡଲେଶ୍ବର ଜଗଦୀଶ ମୁନି ମହାରାଜ, ବୈକୁଣ୍ଠ ଲାଲ ଶର୍ମା, ପରମହଂସ ରାମଚନ୍ଦ୍ର ଦାସ, ଡକ୍ଟର ସତୀଶ ନାଗର, ବାଲାସାହେବ ଠାକରେ ଜଡିତ ଥିଲେ ।

ପ୍ରକାଶଥାଉକି, ପ୍ରାୟ ତିନି ଦଶନ୍ଧି ପୁରୁଣା ଏହି ମାମଲାରେ ସୁପ୍ରିମକୋର୍ଟ ସେପ୍ଟେମ୍ବର 30କୁ ଅନ୍ତିମ ଶୁଣାଣି ଧାର୍ଯ୍ୟ କରିଥିଲେ। ଏହି ମାମଲାରେ ଜଡିତ 32 ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ମଧ୍ୟ ସାମିଲ ଥିଲେ ।

ଏହି ମାମଲାରେ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ରାୟ ଦେଇଛନ୍ତି। 2300 ପୃଷ୍ଠାର ବିଚାରରେ କୋର୍ଟ କହିଛନ୍ତି ଯେ ବିଶ୍ବ ହିନ୍ଦୁ ପରିଷଦ ଢାଞ୍ଚା ଭାଙ୍ଗିବାରେ କୌଣସି ଭୂମିକା ନାହିଁ ମାତ୍ର କେତେକ ଆସାମାଜିକ ବ୍ୟକ୍ତି ପଛରୁ ପଥର ଫିଙ୍ଗିଥିଲେ ଓ କିଛି ଏହି ସଂରଚନାକୁ ଭାଙ୍ଗିବାରେ ଜଡିତ ଥିଲେ।

ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଅଭିଯୋଗ ପ୍ରମାଣ କରିବାକୁ କୌଣସି ପ୍ରମାଣ ପର୍ଯ୍ୟାପ୍ତ ନୁହେଁ । ତେବେ ଏହି ମାମଲାରେ ସମସ୍ତ ଅଭିଯୁକ୍ତ ଉପରେ ଷଡଯନ୍ତ୍ର କରିଥିବା ଭଳି ଗୁରୁତର ଅଭିଯୋଗ ଲାଗଥିଲେ ମଧ୍ୟ କୋର୍ଟ କହିଛନ୍ତି ଯେ ଉପସ୍ଥାପିତ ପ୍ରମାଣ ଅଭାବ ଓ କୌଣସି ପ୍ରମାଣ ଷଡଯନ୍ତ୍ର ହୋଇଥିବା ପ୍ରମାଣିତ କରୁନାହିଁ ।

ସିବିଆଇ ଏହି ମାମଲାରେ 351 ଜଣ ସାକ୍ଷୀ ପ୍ରସ୍ତୁତ କରିଥିବାବେଳେ 600 ଡକ୍ୟୁମେଣ୍ଟ ମଧ୍ୟ ପ୍ରମାଣ ଭାବରେ କୋର୍ଟରେ ରଖାଯାଇଥିଲା। କୋର୍ଟ ଏହାର ନିଷ୍ପତ୍ତି ନେବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ମାମଲାରେ ପ୍ରମାଣକୁ ବଦଳାଇ ଦିଆଯାଇଛି । ଫଟୋ, ଭିଡିଓକୁ ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ । ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତମାନେ ବାବ୍ରି ସରଞ୍ଚନାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କାରଣ ହଠାତ୍ ସେଠାରେ ଜନସମାଗମ ହୋଇଥିଲା ଏବଂ ଭିଡ ଢାଞ୍ଚା ଭାଙ୍ଗିବା ଆରମ୍ଭ କରିଥିଲା ।

ଏହା ଏକ ପୁରାତନ ମାମଲା ଥିଲା । ଏହାପୂର୍ବରୁ ନଭେମ୍ବର 2019 ରେ ସୁପ୍ରିମକୋର୍ଟ ରାମ ଜନ୍ମାଭୂମି ବିବାଦ ଉପରେ ରାୟ ଦେଇଥିଲେ ଏବଂ ମନ୍ଦିର ସପକ୍ଷରେ ନିଷ୍ପତ୍ତି ନେବା ପରେ ଅଯୋଧ୍ୟାରେ ମଧ୍ୟ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Sep 30, 2020, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.