ETV Bharat / bharat

‘ୟୁପିରେ ଦୁର୍ଗାପୂଜା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଉ'

ଯୋଗୀ ଆଦିତ୍ୟନାଥ ସରକାର ଉତ୍ତରପ୍ରଦେଶରେ ଦୁର୍ଗାପୂଜା ପେଣ୍ଡାଲ ପ୍ରତିଷ୍ଠା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ପ୍ରତିବନ୍ଧକ ପ୍ରତ୍ୟାହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପୂଜା କରିବାକୁ କହିଛନ୍ତି ସମାଜବାଦୀ ପାର୍ଟି ଓ କଂଗ୍ରେସ ।

'ୟୁପିରେ ଦୁର୍ଗାପୂଜା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଉ'

author img

By

Published : Sep 30, 2020, 1:36 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ମହାମାରୀ କାରଣରୁ ଦୁର୍ଗା ପୂଜା ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟି ଏବଂ ଉତ୍ତରପ୍ରଦେଶ କଂଗ୍ରେସ ଯୋଗୀ ଆଦିତ୍ୟନାଥ ସରକାରକୁ କହିଛନ୍ତି । ରାଜ୍ୟସଭାର ବରିଷ୍ଠ ସମାଜବାଦୀ ନେତା ତଥା ବିରୋଧୀ ଦଳ ନେତା ରାମଗୋବିନ୍ଦ କହିଛନ୍ତି, ଦୁର୍ଗାପୂଜା ଉପରେ ନିଷେଧାଦେଶ ସମ୍ବିଧାନର ଧର୍ମଗତ ସ୍ବାଧୀନତା ଅଧିକାର ଉପରେ ସିଧାସଳଖ ଆକ୍ରମଣ ।

ପୂଜା ପେଣ୍ଡାଲକୁ ଅନୁମତି ନ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଇନର ଉଲ୍ଲଂଘନ ଅଟେ । ପୂଜା ସମୟରେ ସରକାର ସାମାଜିକ ଦୂରତା ତଥା ଅନ୍ୟାନ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଉଚିତ୍ । ଯଦି ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ସଂଖ୍ୟକ ଲୋକଙ୍କ ଦ୍ବାରା ରାମ ଲୀଳା ଅନୁଷ୍ଠିତ କରିବାକୁ ଅନୁମତି ପ୍ରଦାନ କରିପାରନ୍ତି ତେବେ ପୂଜା ପେଣ୍ଡାଲଙ୍କୁ ଅନୁମତି ନ ଦିଆଯିବାର କୌଣସି କାରଣ ନାହିଁ ବୋଲି ରାମ ଗୋବିନ୍ଦ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ମଧ୍ୟ ରାଜ୍ୟରେ ଦୁର୍ଗାପୂଜାକୁ ଅନୁମତି ନ ଦେବା ଘଟଣାରେ ଉତ୍ତରପ୍ରଦେଶ ସରକାର ଉପରେ ବର୍ଷିଛି । କଂଗ୍ରେସରେ ନୂତନ ଭାବେ ନିଯୁକ୍ତ ବଙ୍ଗୀୟ ଇନଚାର୍ଜ ଜିତିନ ପ୍ରସାଦ କହିଛନ୍ତି, ମଧ୍ୟପ୍ରଦେଶରେ ବ୍ୟାପକ ରାଜନୈତିକ ରାଲିକୁ ଅନୁମତି ଦିଆଯାଇପାରେ ହେଲେ ସମାନ ରୂପେ ବଙ୍ଗଳା ସଂମ୍ପ୍ରଦାୟର ଦୁର୍ଗାପୂଜାକୁ ସରକାର ଅନୁମତି ଦେବେ ନାହିଁ । ଏହା କେବଳ ଦର୍ଶାଉଛି ଯେ ବିଜେପି ଉପରେ ବିଶ୍ବାସ ଏକ ସୁବିଧାଜନକ ବିଷୟ ହୋଇଥିବାବେଳେ ସେମାନଙ୍କ ପାଇଁ କେବଳ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜନୀତି ।

କଂଗ୍ରେସ ନେତା କହିଛନ୍ତି, ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗରେ ବିଜେପି ଚୟନାତ୍ମକ ହୋଇପାରିବ ନାହିଁ ଏବଂ ମହାମାରୀକୁ ବାହାନା ଭାବେ ବ୍ୟବହାର କରି ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିପାରିବେ ନାହିଁ ।

ୟୁପି ସରକାର ନିକଟରେ ଦୁର୍ଗାପୂଜା ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂଜକମାନଙ୍କୁ ଘରେ ରହି ପୂଜା କରିବାକୁ କହିଛନ୍ତି । ହେଲେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 100 ଜଣଙ୍କ ଉପସ୍ଥିତିରେ ରାମ ଲୀଳା ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.