ETV Bharat / bharat

କୋରୋନା ଲଢେଇ: 486 କୋଚକୁ ସେଲ୍ଫ ଆଇସୋଲେସନ ୱାର୍ଡ କରିଛି ଦକ୍ଷିଣ କେନ୍ଦ୍ରୀୟ ରେଳ

author img

By

Published : Apr 24, 2020, 1:08 AM IST

ଦେଶର ସର୍ବବୃହତ ରେଳ ନେଟୱାର୍କ କୋରୋନା ଲଢେଇରେ ଆଗଧାଡିରେ ରହିଛି । କୋଭିଡ-19 ମହାମାରୀର ମୁକାବିଲା ପାଇଁ ଭାରତୀୟ ରେଳ ଦକ୍ଷିଣ କେନ୍ଦ୍ରୀୟ ରେଳବିଭାଗ (SCR) 486 ରେଳ କୋଚକୁ ସେଲ୍ଫ ଆଇସୋଲେସନ ୱାର୍ଡରେ ପରିଣତ କରିଛି । ଅଧିକ ପଢନ୍ତୁ...

South Central Railways
South Central Railways

ହାଇଦ୍ରାବାଦ: ସାରା ଦେଶରେ କୋରୋନା ବିରୋଧୀ ଲଢେଇ ଜାରି ରହିଛି । ଏପରିସ୍ଥଳେ ଦେଶର ସର୍ବବୃହତ ରେଳ ନେଟୱର୍କ କୋରୋନା ଲଢେଇରେ ଆଗଧାଡିରେ ରହିଛି । କୋଭିଡ -19 ମହାମାରୀର ମୁକାବିଲା ପାଇଁ ଭାରତୀୟ ରେଳ ଦକ୍ଷିଣ କେନ୍ଦ୍ରୀୟ ରେଳବିଭାଗ (SCR) 486 ରେଳ କୋଚକୁ ସେଲ୍ଫ ଆଇସୋଲେସନ ୱାର୍ଡରେ ପରିଣତ କରିଛି ।

କୋରୋନାଭାଇରସ ବିରୋଧ ଲଢେଇରେ ଜରୁରୀକାଳୀନ ପଦକ୍ଷେପଗୁଡିକର ଏକ ଅଂଶ ଭାବରେ ରେଳ ମନ୍ତ୍ରଣାଳୟ ଜୋନାଲ ରେଳବାଇକୁ ପ୍ରାୟ 5,000 ଅଣ-ଏସି ଯାତ୍ରୀ କୋଚକୁ ସେଲ୍ପ ଆଇସୋଲେସନ ୱାର୍ଡରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଛି ।

ଜୋନର ମୁଖ୍ୟ ମୁଖପାତ୍ର ସିଏଚ ରାକେଶ କହିଛନ୍ତି ଯେ, ‘‘ଉପଲବ୍ଧ ଉତ୍ସ ଏବଂ ମାନବ ଶକ୍ତି ବ୍ୟବହାର କରି ଏସଆରସି ସମସ୍ତ ଲକ୍ଷ୍ୟ ରଖାଯାଇଥିବା 486 କୋଚକୁ ଅଲଗା ଅଲଗା ୱାର୍ଡରେ ପରିଣତ କରିଥିଲା। ପ୍ରତ୍ୟେକ ଅଲଗା ଅଲଗା କୋଚ୍ ରୋଗୀମାନଙ୍କ ପାଇଁ ଆଠଟି ଏବଂ ମେଡିକାଲ୍ କର୍ମଚାରୀଙ୍କ ପାଇଁ ଗୋଟିଏ ରହିବ ।’’

486 କୋଚକୁ ଅଲଗା ଅଲଗା ୱାର୍ଡରେ ପରିଣତ କରିବାର ଲକ୍ଷ୍ୟ ଥିଲା SCR । ସିକନ୍ଦରାବାଦ ଡିଭିଜନ୍ 120 କୋଚ୍, ହାଇଦ୍ରାବାଦ ଡିଭିଜନ୍ 40, ବିଜୟୱାଡା ଡିଭିଜନ୍ 50, ଗୁଣ୍ଟାକାଲ୍ ଡିଭିଜନ୍ 61, ନାନ୍ଦେଡ ଡିଭିଜନ୍ 30 ଏବଂ ଗୁଣ୍ଟୁର ଡିଭିଜନ୍ 25 କୋଚ୍ ରୂପାନ୍ତର କରିଥିଲା । ସେହିଭଳି ଲାଲାଗୁଡା କର୍ମଶାଳା 76 କୋଚ୍ ଏବଂ ତିରୁପତି କର୍ମଶାଳା 84 କୁ ରୂପାନ୍ତରିତ କଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.