ETV Bharat / bharat

ଆସୁଛି ହ୍ବାଟ୍ସଆପ୍‌ ୱେବରେ ମେସେଞ୍ଜର ରୁମ୍ସ ସର୍ଟକଟ୍‌

ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡିଛି କି ହ୍ବାଟ୍ସଆପ୍‌ ୱେବର ଭର୍ସନ 2.2029.6ରେ WABetaInfo ନାମକ ଏକ ମେସେଞ୍ଜର ରୁମ୍ସ ସର୍ଟକଟ ଠାବ କରାଯାଇଛି । ଏହା ୟୁଜର୍ସଙ୍କୁ ନିଜ ଲାପଟପ୍‌ ଓ ପିସି ଦ୍ବାରା ବନ୍ଧୁ ଓ ପରିବାର ସହ ମେସେଞ୍ଜର ରୁମ୍ସ ଜରିଆରେ ଭିଡିଓ କଲ କରିବାର ସୁବିଧା ଯୋଗାଇବ ।

author img

By

Published : May 11, 2020, 12:49 AM IST

whatsapp web, messenger rooms, facebook, messenger rooms shortcut in whatsapp web, technology news, ହ୍ବାଟ୍ସଆପ୍‌ ୱେବ, ଫେସବୁକ, ମେସେଞ୍ଜର ରୁମ୍ସ, ହ୍ବାଟ୍ସଆପ୍‌ରେ ମେସେଞ୍ଜର ରୁମ୍ସ ସର୍ଟକଟ, ଟେକ୍ନୋଲୋଜି ନ୍ୟୁଜ୍‌
ଆସୁଛି ହ୍ବାଟ୍ସଆପ୍‌ ୱେବରେ ମେସେଞ୍ଜର ରୁମ ସର୍ଟକଟ୍‌

ହାଇଦ୍ରାବାଦ: ବର୍ତ୍ତମାନ ଲକଡାଉନ ସମୟରେ ଟ୍ରେଣ୍ଡ କରୁଛି ଭିଡିଓ କନଫରେନ୍ସିଂ ଆପ୍‌ ‘ଜୁମ’ । ଏହି ଆପର ଲୋକପ୍ରିୟତା ରାତାରାତି ଆକାଶଛୁଆଁ ହୋଇଥିବା ବେଳେ ଏହାକୁ ଟକ୍କର ଦେବା ପାଇଁ ଆଗେଇ ଆସିଛନ୍ତି ଅନେକ କମ୍ପାନୀ । ଯେଉଁଥିରୁ ଗୋଟିଏ ହେଉଛି ଫେସବୁକ । ଗତ ମାସ ଜୁମକୁ ଚ୍ୟାଲେଞ୍ଜ ଦେଇ ଫେସବୁକ ଲଞ୍ଚ କରିଥିଲା ଭିଡିଓ କଲିଂ ପାଇଁ ମେସେଞ୍ଜର ରୁମ୍ସ । ବର୍ତ୍ତମାନ ଏହି ଆପ୍‌ର ସର୍ଟକଟ୍‌କୁ ଫେସବୁକ ଅଧିକୃତ ହ୍ବାଟ୍ସଆପ୍‌ର ୱେବ ଭର୍ସନରେ ଲଞ୍ଚ କରିବାକୁ ଯାଉଛି ଫେସବୁକ ।

ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡିଛି କି ହ୍ବାଟ୍ସଆପ୍‌ ୱେବର ଭର୍ସନ 2.2029.6ରେ WABetaInfo ନାମକ ଏକ ମେସେଞ୍ଜର ରୁମ୍ସ ସର୍ଟକଟ ଠାବ କରାଯାଇଛି । ଏହା ୟୁଜର୍ସଙ୍କୁ ନିଜ ଲାପଟପ୍‌ ଓ ପିସି ଦ୍ବାରା ବନ୍ଧୁ ଓ ପରିବାର ସହ ମେସେଞ୍ଜର ରୁମ୍ସ ଜରିଆରେ ଭିଡିଓ କଲ କରିବାର ସୁବିଧା ଯୋଗାଇବ । ଏହି ଅପ୍ସନକୁ ୟୁଜର୍ସ ଆଟାଚ ବଟନ ତଳେ ଅନ୍ୟ ଅପ୍ସନ ସହ ଦେଖିପାରିବେ । ହେଲେ ଏହି ଫିଚର ବର୍ତ୍ତମାନ ସମସ୍ତ ୟୁଜର୍ସଙ୍କୁ ଯୋଗାଇ ଦିଆଯାଇନାହିଁ । କାରଣ ଏହି ଫିଚରର ଏବେ ବି ଡେଭଲପମେଣ୍ଟ ଜାରି ରହିଛି ।

ତେବେ ଆଗାମୀ ଅପଡେଟ ଜରିଆରେ ହ୍ବାଟ୍ସଆପ୍‌ ୟୁଜର୍ସଙ୍କୁ ଏହି ଫିଚର ମିଳିପାରିବ । ସୂଚନା ଅନୁଯାୟୀ ଗତମାସ ଫେସବୁକ ଲଞ୍ଚ କରିଥିବା ମେସେଞ୍ଜର ରୁମ୍ସରେ 50ରୁ ଅଧିକ ଲୋକେ ଏକକାଳୀନ କନଫରେନ୍ସ କରିବାର ସୁବିଧା ରହିଛି । ଲୋକେ ସିଧାସଳଖ ମେସେଞ୍ଜର ଓ ଫେସବୁକରୁ ନିଜ ଆକାଉଣ୍ଟ ତିଆରି କରିପାରିବେ ଓ ଅନ୍ୟ ବନ୍ଧୁ ଓ ପରିବାରବର୍ଗଙ୍କୁ ରିକ୍ବେଷ୍ଟ ପଠାଇପାରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.