ETV Bharat / bharat

ଜୁନ୍ 1ରୁ ପ୍ରିଅର୍ଡର ହେବ ସୋନି ଏକ୍ସପେରିଆର 1 ଟୁ - ସୋନିର ନୂଆ ସ୍ମାର୍ଟଫୋନ

ସୋନି ନିଜର ଆଗାମୀ ନୂଆ ସ୍ମାର୍ଟଫୋନର ଆଗୁଆ ବୁକିଂ ଜୁନ୍ 1ରୁ ଆରମ୍ଭ କରିବାକୁ ଯାଉଛି । ଲଞ୍ଚ ହେବାର ତିନି ମାସ ପରେ ଫୋନ ମାର୍କେଟକୁ ଛାଡୁଛି କମ୍ପାନୀ । ଏହାପରେ ଜୁଲାଇ 24ରୁ ଏହାର ଡେଲିଭରୀ ଆରମ୍ଭ କରିବ କମ୍ପାନୀ । ଅଧିକ ପଢନ୍ତୁ...

ଜୁନ୍ 1ରୁ ପ୍ରିଅର୍ଡର ହେବ ସୋନି ଏକ୍ସପେରିଆର 1 ଟୁ

author img

By

Published : May 28, 2020, 10:29 PM IST

ହାଇଦ୍ରାବାଦ: ସୋନି ନିଜର ଆଗାମୀ ନୂଆ ସ୍ମାର୍ଟଫୋନର ଆଗୁଆ ବୁକିଂ ଜୁନ୍ 1ରୁ ଆରମ୍ଭ କରିବାକୁ ଯାଉଛି । ଲଞ୍ଚ ହେବାର ତିନି ମାସ ପରେ ଫୋନ ମାର୍କେଟକୁ ଛାଡୁଛି କମ୍ପାନୀ । ଏହାର ଫିଚର ଯୋଗୁଁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖାଦେଇଛି ।

ଜୁନ୍ 1ରୁ ଏହାକୁ ଆଗୁଆ ବୁକିଂ କରିହେବ । ଏହାପରେ ଜୁଲାଇ 24ରୁ ଏହାର ଡେଲିଭରୀ ଆରମ୍ଭ କରିବ କମ୍ପାନୀ । ସ୍ମାର୍ଟଫୋନର ଦାମ ରହିଛି 1999 ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ଯାହା 90 ହଜାର ଟଙ୍କା । ସୋନିର ସମସ୍ତ ସ୍ମାର୍ଟଫୋନ ଭିତରେ ଏହା ସବୁଠାରୁ ମହଙ୍ଗା ।

ଏହାର କ୍ବାଲକୋମର ସବୁଠାରୁ ପାୱରଫୁଲ ଚିପ୍ ରହିଛି । ସେହିପରି 865 ସ୍ନାପଡ୍ରାଗନ, 5ଜି ସର୍ପୋଟ, ଟ୍ରିପଲ 12 ମେଗାପିକ୍ସଲ ବ୍ୟାକ କ୍ୟାମେରା, 8 ଜିବି ରାମ୍, 256 ଜିବି ଷ୍ଟୋରେଜ ରହିଛି । ଆମେରିକାରେ ଏହାର ପ୍ରଥମ ଡେଲିଭରୀ ଆରମ୍ଭ ହେବ । ଭାରତୀୟ ମାର୍କେଟକୁ ଆସିବାର ଏହାର ସମ୍ଭାବନା କମ ରହିଛି ବୋଲି କମ୍ପାନୀ ପ୍ରକାଶ କରିଛି ।

ଆଗୁଆ ବୁକିଂ କଲେ ଏହା ସହ ସୋନି ଡବ୍ଲ୍ୟୁଏଫ୍ 1999 ଏକ୍ସଏମ3 ଶବ୍ଦ ହେଉନଥିବା ୱାୟରଲେସ୍ ଇୟରଫୋନ୍ ମିଳିବ । କମ୍ପାନୀ ବର୍ତ୍ତମାନ ପାଇଁ ଫୋନର 2ଟି କଲର ବାହାର କରିଛି । ଏହା ବ୍ଲାକ ଏବଂ ବାଇଗଣୀ ରଙ୍ଗରେ ଉପଲବ୍ଧ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.