ETV Bharat / bharat

ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ଆମେ ସାଥିରେ ଅଛୁ: ସୋନିଆ ଗାନ୍ଧୀ - ଭାରତ-ଚୀନ ମୁହାଁମୁହିଁ

ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ ଦୁଃଖ ପ୍ରକାଶ କରିବା ସହ ଦେଶର ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଆମେ ସମସ୍ତେ ଏକାଠି ଅଛୁ ବୋଲି କହିଛନ୍ତି ।

sonia gandhi
ଦେଶର ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଆମେ ସମସ୍ତେ ଏକାଠି ଅଛୁ
author img

By

Published : Jun 17, 2020, 10:34 AM IST

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୁଃଖ ପ୍ରକାଶ କରିବା ସହ ଦେଶର ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ଆମେ ସମସ୍ତେ ଏକାଠି ଅଛୁ ବୋଲି କହିଛନ୍ତି।

ସେ ଏକ ବିବୃତ୍ତିରେ କହିଛନ୍ତି, ଲଦାଖର ଗଲୱାନ ଘାଟିରେ ଆମ ସେନାର ଅଧିକାରୀ ଏବଂ ଯବାନଙ୍କ ଶହୀଦ ହେବା ଅତ୍ୟନ୍ତ ଦୁଃଖଦାୟକ । ସେମାନଙ୍କର ଅଦମ୍ୟ ସାହସ ଏବଂ ସର୍ବୋଚ୍ଚ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି। ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।

ପ୍ରକାଶ ଥାଉକି, ପୂର୍ବ ଲଦାଖର ଗଲଓ୍ବାନ ଘାଟିରେରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଥିବା ଜଣାପଡିଛି । ପୂର୍ବରୁ ମଙ୍ଗଳବାର ଦ୍ବିପହରରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ 2 ଜଣ ଯବାନ ଶହୀଦ ହୋଇଥିଲେ । ତେବେ ଶହୀଦଙ୍କ ସଂଖ୍ୟା ବଢିପାରେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପକ୍ଷେ ଏହି ଘଟଣାରେ ଚୀନ ସେନାର 43 ଜଣ ଯବାନ ନିହତ ହୋଇଥିବା ଜଣାପଡିଛି । ଅନେକ ଯବାନ ଆହତ ମଧ୍ୟ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହିଂସା ଉପୁଜିଥିଲା । ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ବୈଠକ ପରେ ସ୍ଥିତି ସାମାନ୍ୟ ଥିବାବେଳେ ପୁଣି ଥରେ ହିଂସା ଉପୁଜିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.