ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: ଜରୁରୀ ବୈଠକ ଡାକିଲେ ସୋନିଆ

author img

By

Published : Mar 10, 2020, 12:13 PM IST

କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ଜରୁରୀ ବୈଠକ ଡାକିଲେ ସୋନିଆ ଗାନ୍ଧୀ । ଦଳର ବରିଷ୍ଠ ନେତାଙ୍କୁ ନେଇ ବୈଠକ ଡାକିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ।

madhyapradesh crisis
ମଧ୍ୟପ୍ରଦେଶ ମହାଡ୍ରାମା: ଜରୁରୀ ବୈଠକ ଡାକିଲେ ସୋନିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଶାସନକୁ ନେଇ ଦେଖାଦେଇଛି ମହାଡ୍ରାମା । ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ବଢିଚାଲିଛି ହୃଦକମ୍ପନ । ଏହି ସମୟରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି । ଏହା ଜାଣିବା ପରେ ଜରୁରୀ ବୈଠକ ଡାକିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

10 ଜନପଥରେ ଥିବା ନିଜ ବାସଭବନରେ ସୋନିଆ ଏହି ବୈଠକ ଡାକିଛନ୍ତି । ଦଳର ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ ସେ କରିବାକୁ ଥିବାବେଳେ ମଧ୍ୟପ୍ରଦେଶରେ କିଭଳି ସରକାର ବଞ୍ଚାଇବେ ସେନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, ଗୋଟିଏ ପଟେ ସିନ୍ଧିଆ ମୋଦି ଓ ଶାହଙ୍କୁ ଭେଟିଥିବାବେଳେ ଅନ୍ୟପଟେ ସିନ୍ଧିଆଙ୍କ ସମର୍ଥକ କୁହାଯାଉଥିବା 24 ଜଣ ବିଧାୟକ ବେଙ୍ଗାଲୁରୁରେ ଅଛନ୍ତି । ଏସବୁକୁ ଲକ୍ଷ୍ୟ କଲେ ସିନ୍ଧିଆ ଖୁବଶୀଘ୍ର ବିଜେପିରେ ଯୋଗଦେଇପାରନ୍ତି ବୋଲି ସୂଚନା ମିଳୁଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.