ETV Bharat / bharat

ପବଜି ସଜାଇଲା ହତ୍ୟାକାରୀ: ପନିକିରେ ବାପାର ଶବକୁ ଖଣ୍ଡ ଖଣ୍ଡ କଲା ପୁଅ

ପବଜି ଖେଳକୁ ନେଇ ବାପାର ହତ୍ୟାକଲା ପୁଅ । ପବଜି ଖେଳିବାକୁ ବାରଣ କରିବାରୁ ସେ ନିଜ ବାପାର ଗଳା କାଟି ହତ୍ୟା କରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 9, 2019, 10:54 AM IST

ବେଙ୍ଗାଲୁରୁ: ସାମାନ୍ୟ ପବଜି ଖେଳକୁ ନେଇ ବାପାର ହତ୍ୟାକଲା ପୁଅ । ପବଜି ଖେଳିବାକୁ ବାରଣ କରିବାରୁ ସେ ନିଜ ବାପାର ଗଳା କାଟି ହତ୍ୟା କରିଛି । କର୍ଣ୍ଣାଟକର ବେଲଗାମ ତାଲୁକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ମୁତାବକ, ଶଙ୍କରପ୍ପା ଲୋହାର(59) ନିଜ ପୁଅ ରଘୁବୀର କମ୍ମାରା(21)କୁ ପବଜି ନଖେଳିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ରଘୁବୀର ତାକୁ ଶୁଣିନଥିଲେ । ତେଣୁ ଶଙ୍କରପ୍ପା ବାଧ୍ୟ ହୋଇ ଇଣ୍ଟରନେଟ ରିଚାର୍ଜ କରିବାକୁ ପୁଅକୁ ଟଙ୍କା ଦେଇନଥିଲେ । ଏଥିରେ ରାଗିଯାଇ ରଘୁବୀର ନିଜ ବାପାକୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ଗତକାଲି ରାତିରେ ବାପା ଶୋଇଥିବାବେଳେ ରଘୁବୀର ତାର ସୁଯୋଗ ନେଇ ତାଙ୍କ ପନିକିରେ ଗଳା କାଟି ହତ୍ୟା କରିଥିଲା । ଏହାପରେ ତାଙ୍କ ଶରୀରରୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା ।

ତେବେ ଖବର ପାଇ କାକଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.