ETV Bharat / bharat

କ୍ବାରେନଣ୍ଟାଇନ ସେଣ୍ଟରରେ ବିଦେଶ ଫେରନ୍ତା ପୁଅ, ଆରପାରିରେ ଅସୁସ୍ଥ ମାଆ

author img

By

Published : May 25, 2020, 11:34 PM IST

କୋରୋନା ନିର୍ଦ୍ଦେଶାବଳୀ ଅନୁସାରେ ବିଦେଶରୁ ଫେରି କ୍ବାରେନଣ୍ଟାଇନରେ ରହିଥିଲେ ପୁଅ । କିନ୍ତୁ ପୁଅ ଅପେକ୍ଷାରେ ଶେଷରେ ଆଖି ବୁଜିଲେ ଅସୁସ୍ଥ ମାଆ । ଅଧିକ ପଢନ୍ତୁ...

Son Arrived In India To Meet Mother, She Died While He Was In Quarantine
କ୍ବାରେନଣ୍ଟାଇନ ସେଣ୍ଟରରେ ବିଦେଶ ଫେରନ୍ତା ପୁଅ, ଆରପାରିରେ ଅସୁସ୍ଥ ମାଆ

ନୂଆଦିଲ୍ଲୀ: ଦୁବାଇରେ ଚାକିରି ଛାଡି ଅସୁସ୍ଥ ମାଆଙ୍କ ସହ ସମୟ ବିତାଇବା ପାଇଁ ଭାରତକୁ ଫେରିଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଭିନ୍ନ । ପୁଅକୁ ଦେଖିବା ଆଗରୁ ଆଖିବୁଜି ଦେଲେ ମା' । କ୍ବାରେନଣ୍ଟାଇନ ସେଣ୍ଟରରେ 14 ଦିନ ଶେଷ ହୋଇନଥିବାରୁ ବାହାରକୁ ଯିବାକୁ ମିଳିଲାନି ଅନୁମତି ।

ଶେଷ ଥର ପାଇଁ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇପାରିଲେନି ଦିଲ୍ଲୀର ଅମୀର ଖାନ ନାମକ ଜଣେ 30 ବର୍ଷୀୟ ଯୁବକ । ମେ 13 ରେ ଭାରତ ଫେରିଥିଲେ ଅମୀର । ହେଲେ ବିମାନରୁ ଓହ୍ଲାଇବା ପରେ କ୍ବାରେନଣ୍ଟାଇନରେ ହିଁ ତାଙ୍କୁ ରହିବାକୁ ପଡିଥିଲା । ଏଭଳି ଖବର ପାଇବା ପରେ ସେ ନିୟମ ମାନି ମାଆଙ୍କୁ ଶେଷଥର ପାଇଁ ଦେଖିବା ପରେ ପୁଣି ଫେରି ଆସିବା ନେଇ ପ୍ରଶାସନକୁ ଅବଗତ କରାଇଥିଲେ । ହେଲେ କିଛି ଲାଭ ହୋଇନଥିଲା ।

ଗତବର୍ଷ ନଭେମ୍ବରରେ ଯକୃତ ସିରୋସିସ୍ ରୋଗରେ ଆକ୍ରାନ୍ତ ଥିଲେ ଅମୀରଙ୍କ ମାଆ । ଅସୁସ୍ଥ ମାଆଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଥିଲେ ଅମୀର । କିନ୍ତୁ ଇଚ୍ଛା ଅଧାରେ ହିଁ ରହିଗଲା । କୋରୋନା ଭୂତାଣୁ ସହ ଆମେ ଲଢିପାରିବା କିନ୍ତୁ ଭାବପ୍ରବଣତାକୁ ରୋକି ହେବନାହିଁ। ଶେଷ ସମୟରେ ମାଆକୁ ଦେଖିବା ପାରିନଥିବା ଅମୀର ଦୁଃଖ ପ୍ରକାଶ କରି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.