ETV Bharat / bharat

ୱାର୍କିଂ ଫ୍ରମ ହୋମ: ଅଧିକ ଡାଟା ବ୍ୟବହାର ପ୍ରତି ହୁଅନ୍ତୁ ସାବଧାନ

ତେବେ ଆପଣ ଦୈନନ୍ଦିନ ଭାବେ କେଉଁ ଆପ୍‌ରେ କେତେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ତାହା ରେକର୍ଡ କରିବା ପାଇଁ ଆପଣାନ୍ତୁ ଏହି ଗାଇଡଲାଇନ ...

author img

By

Published : Mar 27, 2020, 10:24 PM IST

working from home, tips for data usage cut down, data usage in working from home, corona precaution, ୱାର୍କିଂ ଫ୍ରମ ହୋମ, ଡାଟା ବ୍ୟବହାର କମାଇବାକୁ ଟିପ୍ସ, ୱାର୍କିଂ ଫ୍ରମ ହୋମରେ ଡାଟା ବ୍ୟବହାର, କୋରୋନା ସଚେତନତା
ୱାର୍କିଂ ଫ୍ରମ ହୋମ: ଅଧିକ ଡାଟା ବ୍ୟବହାର ପ୍ରତି ହୁଅନ୍ତୁ ସାବଧାନ

ହାଇଦ୍ରାବାଦ: କୋରୋନା ପ୍ରକୋପରେ ବନ୍ଦ ପଡିଛି ଭାରତବର୍ଷ । ଗତ ମାର୍ଚ୍ଚ 24 ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହୋଇ 21 ଦିନ ପାଇଁ ଲକଡାଉନ ହୋଇଛି ଦେଶ । ଏହାର ତୁରନ୍ତ ପରେ ସେଲୁଲାର ଅପରେଟର ଆସୋସିଏସନ ଅଫ ଇଣ୍ଡିଆ(ସିଓଏଆଇ) ଘୋଷଣା କଲା କର୍ମଜୀବୀଙ୍କ ପାଇଁ ‘ୱାର୍କ ଫ୍ରମ ହୋମ’। ସାମାଜିକ ଦୂରତ୍ବକୁ ବଜାୟ ରଖିବା ପାଇଁ ଅଧିକାଂଶ କର୍ମଜୀବୀଙ୍କର ଏବେ ‘ୱାର୍କ ଫ୍ରମ ହୋମ’ । ଏମିତିରେ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଥିବା ବେଳେ ଅନେକଙ୍କର ଆସୁଛି ଗୋଟିଏ ଅଭିଯୋଗ ।

ୱାଇଫାଇ ଓ ଲ୍ୟାନ କନେକ୍ସନ ତୁଳନାରେ ଫୋନ ଡାଟା ବା ଇଣ୍ଟରନେଟର ସ୍ପିଡ କମ ଅନେକଙ୍କ ପାଇଁ ସାଜିଛି ୱାର୍କିଂ ଫ୍ରମ ହୋମର ମୁଖ୍ୟ ବାଧକ । ତେବେ ଏହି ୱାର୍କ ଫ୍ରମ ହୋମ ପାଇଁ ବିଗତ କିଛି ଦିନ ମଧ୍ୟରେ ସିଓଏଆଇ 30 ପ୍ରତିଶତ ଅଧିକ ଡାଟା ବ୍ୟବହାରର ସୂଚନା ଦେଇସାରିଛି । ଏନେଇ କେତେକ ଓଟିଟି(ଓଭର-ଦି-ଟପ୍‌) ସର୍ଭିସ ମଧ୍ୟ ନିଜ ଷ୍ଟ୍ରିମିଂ କ୍ବାଲିଟିକୁ କମାଇ 480ପିକ୍ସେଲ ଓ ଷ୍ଟାଣ୍ଡାର୍ଡ ଡେଫିନିସନକୁ ଏଚଡିରୁ 4କେ(4K) କରିଥିବା ଜଣା ପଡିଛି ।

ତେବେ ଆପଣ ଦୈନନ୍ଦିନ ଭାବେ କେଉଁ ଆପ୍‌ରେ କେତେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ତାହା ରେକର୍ଡ କରିବା ପାଇଁ ଆପଣାନ୍ତୁ ଏହି ଗାଇଡଲାଇନ :

ଯଦି ଆପଣ ନିଜ ସ୍ମାର୍ଟଫୋନରୁ ଡାଟା ବ୍ୟବହାର କରୁଥାନ୍ତି, ତେବେ ସ୍ମାର୍ଟଫୋନରୁ ହିଁ ଆପଣ ନିଜ ଡାଟା ଖର୍ଚ୍ଚକୁ ମନିଟର କରିପାରିବେ । ଏନେଇ ଆଣ୍ଡ୍ରଏଡ ବ୍ୟବହାରକାରୀମାନେ ସେଟିଂରେ କନେକ୍ସନ ଅପ୍ସନକୁ ଯାଇ ସେଠାରେ ଡାଟା ୟୁସେଜରେ ମନିଟର କରିପାରିବେ । ସେହିପରି ଆଇଓଏସ ବ୍ୟବହାରକାରୀମାନେ ମୋବାଇଲ ନେଟୱାର୍କ ସେକ୍ସନରେ ଯାଇ ଡାଟା ୟୁସେଜକୁ ମନିଟର କରିପାରିବେ ।

ସେହିପରି ଯଦି ଆପଣ ଲାପଟପ୍‌ରେ ଡାଟା ଖର୍ଚ୍ଚ ମନିଟର କରିବାକୁ ଚାହୁଁଛନ୍ତି ତେବେ ସେଟିଂରେ ଥିବା ନେଟୱାର୍କ ଓ ଇଣ୍ଟରନେଟକୁ ଯାଆନ୍ତୁ । ସେଠାରେ ଡାଟା ୟୁସେଜେସ ଓ ପରେ ‘ଚେକ ୟୁସେଜ ବାଇ ଆନ ଆପ’ ଅପ୍ସନକୁ ଯାଇପାରିବେ । ମ୍ୟାକ ୟୁଜର୍ସ ସମାନଭାବେ ଆକ୍ଟିଭିଟି ମନିଟରକୁ ଯାଇ ନେଟୱାର୍କ ଟ୍ୟାବରୁ ଡାଟା ୟୁସେଜକୁ ମନିଟର କରିପାରିବେ ।

ଡାଟା ୟୁସେଜ କମାଇବା ପାଇଁ କିଛି ଟିପ୍ସ:

- ଡାଟା ବ୍ୟବହାରକୁ କମାଇବା ପାଇଁ ପ୍ରଥମେ ନିଜ ଷ୍ଟ୍ରିମିଂ କ୍ବାଲିଟିକୁ କମାନ୍ତୁ । ଏଥିସହ ଅଟୋମେଟିକ ପ୍ଲେ ଫିଚରକୁ ମଧ୍ୟ ଫେସବୁକ, ୟୁଟ୍ୟୁବ ଓ ଅନ୍ୟ ଆପ୍‌ରୁ ଅଫ କରନ୍ତୁ ।

- ଯଦି ଆପଣଙ୍କର ଇଣ୍ଟରନେଟରେ ମାତ୍ରାଧିକ କାର୍ଯ୍ୟ ରହୁଛି, ତେବେ ଆପଣ ଡାଟା ସେଭର ଅପ୍ସନକୁ ଆକ୍ଟିଭେଟ କରିପାରିବେ । ଏଥିସହ ଗୁଗୁଲ କ୍ରୋମରେ ସେଟିଂରେ ଲାଇଟ ମୋଡକୁ ମଧ୍ୟ ଆପଣ ସ୍ବିଚ କରିପାରିବେ ।

- ଆପଣ ନିଜ ସ୍ମାର୍ଟଫୋନରେ ଡାଟା ସେଭର ଅପ୍ସନକୁ ସେଟିଂ- କନେକ୍ସନ- ଡାଟା ୟୁସେଜ- ଡାଟା ସେଭରରେ ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.