ETV Bharat / bharat

ଗ୍ୟାଷ୍ଟ୍ରିକ ସମସ୍ୟା ଓ ଆୟୁର୍ବେଦିକ ଉପଚାର

ଶରୀରର ସମସ୍ତ ମେଟାବଲିକ କାର୍ଯ୍ୟକଳାପର ରୂପକ ହେଉଛି ଅଗ୍ନି । ବଦହଜମି ବା ଅଜୀର୍ଣ୍ଣତା ଆମ ଶରୀରର ଦୁର୍ବଳ ପାଚନ ନିଆଁର ପରିଣାମ । ଅଧିକ ପଢନ୍ତୁ...

ଗ୍ୟାଷ୍ଟ୍ରିକ ସମସ୍ୟା ଓ ଆୟୁର୍ବେଦିକ ଉପଚାର
ଗ୍ୟାଷ୍ଟ୍ରିକ ସମସ୍ୟା ଓ ଆୟୁର୍ବେଦିକ ଉପଚାର
author img

By

Published : Jul 10, 2020, 10:56 PM IST

କୋଭିଡ-୧୯ ମହାମାରୀ ଯୋଗୁଁ ଜାରି ଲକଡାଉନରେ ଆମେ କେବଳ ଘରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ହିଁ ଖାଉଛେ । କିନ୍ତୁ ଲଗାତର ଖାଇବା(ବିଂଜ୍ ଇଟିଂ) ଓ ଅସମୟରେ ଖାଇବା ଦ୍ବାରା ସାଧାରଣ ଗ୍ୟାଷ୍ଟ୍ରିକ ସମସ୍ୟା ଯଥା ବଦହଜମି, ହାଇପରଏସିଡିଟି ଓ ଅନ୍ୟାନ୍ୟ ପେଟ ରୋଗ ଦେଖାଦେଇଥାଏ । ଏସବୁ ଜୀର୍ଣ୍ଣଗତ ବିଶୃଙ୍ଖଳା ଆମ ପାଚନ ଅଗ୍ନିର ଅନୁଚିତ କାର୍ଯ୍ୟକଳାପର ପରିଣାମ ବୋଲି କହନ୍ତି ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ପଦ୍ମାବତୀ କୁନ୍ଦରାପୁ ।

ଶରୀରର ସମସ୍ତ ମେଟାବଲିକ କାର୍ଯ୍ୟକଳାପର ରୂପକ ହେଉଛି ଅଗ୍ନି । ବଦହଜମି ବା ଅଜୀର୍ଣ୍ଣତା ଆମ ଶରୀରର ଦୁର୍ବଳ ପାଚନ ନିଆଁର ପରିଣାମ । ଅଧିକ ମାତ୍ରାରେ ଡାଇଜେଷ୍ଟିଭ ଫାୟର ଯୋଗୁଁ ହିଁ ହାଇପରଏସିଡିଟି ଓ ଅନ୍ୟାନ୍ୟ ପେଟରୋଗ ହୋଇଥାଏ । ‘କୋଡ୍ ଅଫ୍ ଡାଏଟିକ୍ସ’ ଉଲ୍ଲଙ୍ଘନ କରି ଖାଦ୍ୟ ଖାଇବା ହିଁ ସବୁ ପାଚନ ବିଶୃଙ୍ଖଳାର ସାଧାରଣ କାରଣ ବୋଲି ଡକ୍ଟର ପଦ୍ମାବତୀ କହନ୍ତି । ପାଚନ ବିଶୃଙ୍ଖଳାର ଶାରୀରିକ ଓ ମାନସିକ କାରଣ ମଧ୍ୟ ରହିଛି ।

ଶାରୀରିକ କାରଣ

. ପୂର୍ବ ଖାଦ୍ୟ ହଜମ ହେବା ପୂର୍ବରୁ ପୁଣି ଖାଦ୍ୟ ଖାଇବା

. ଅସମୟରେ ଖାଦ୍ୟ ଖାଇବା

. ଭୋକ ନ ଥିଲେ ବି ଖାଇବା

. ମସଲା, ଲୁଣ, ତୈଳ ଯୁକ୍ତ ଖାଦ୍ୟ ଅଧିକ ଖାଇବା

. ରାତିରେ ବେଶ୍ ଡେରିରେ ଖାଇବା

. ଖାଇବା ସମୟରେ ଅଧିକ ପାଣି ପିଇବା

. ପ୍ରକ୍ରିୟାକୃତ ଓ ବାସି ଖାଦ୍ୟ

. ଅଧିକ ଚା’ ଓ କଫି ପିଇବା

. ବିଶ୍ରାମର ଅଭାବ ଓ କମ୍ ନିଦ

. ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା

. ପ୍ରାକୃତିକ ପ୍ରକ୍ରିୟା ଦବାଇ ରଖିବା

. ତମାଖୁ, ନିଶା ସେବନ ଓ ମଦ୍ୟପାନ

ମାନସିକ କାରଣ

. ଅବସାଦଗ୍ରସ୍ତ ଜୀବନଶୈଳୀ

. ଅଧିକ ବ୍ୟଗ୍ରତା, ଚିନ୍ତା, ରାଗ, ଭୟ

. ଅସନ୍ତୋଷ

ଡକ୍ଟର ପଦ୍ମାବତୀ କହନ୍ତି ଯେ, ହୁରି (ଶୀଘ୍ରତା), ୱାରି (ଚିନ୍ତା), କରୀ (ତରକାରୀ) ହିଁ ପେଟ ରୋଗର ତିନି ମୁଖ୍ୟ କାରଣ । ସେ ଘରୋଇ ଉପଚାର ପାଇଁ କିଛି ପରାମର୍ଶ ଦେଇଛନ୍ତି ।

୧. ଖାଦ୍ୟ ଖାଇଲା ପରେ ପାନମଧୁରୀ ବା ଧନିଆ ଚୋବାନ୍ତୁ

୨. ଦିନକୁ ଦୁଇ ଥର ଧନିଆ ପାଣି ପିଅନ୍ତୁ (୨୦ ଏମଏଲ ଲେଖାଏଁ )

୩. ଦିନକୁ ଦୁଇ ଥର ଜୁଆଣି ଡିକୋସନ୍ (୨୦ ଏମଏଲ) ପିଅନ୍ତୁ

୪. ଜିରା ଡିକୋସନ୍ ବି ଦିନକୁ ଦୁଇ ତିନି ଥର ପିଅନ୍ତୁ

୫. ଅଳେଇଚ, ଅଦା ଓ ଡାଳଚିନି ମିଶ୍ରଣର ଡିକୋସନ ଦିନକୁ ଦୁଇ ଥର(୧୦ ଏମଏଲ)

୬. ତ୍ରିଫଳା ପାଉଡର ଓ ମହୁ ଡିକୋସନ

୭. ରାତିରେ ସାମାନ୍ୟ ହେଙ୍ଗୁ ଓ ଅଧ ଚାମଚ ମେଥି ସହ ବଟରମିଲ୍କ

କିଛି ଆୟୁର୍ବେଦିକ ସିଙ୍ଗଲ୍ ଡ୍ରଗ୍ସ ବେଶ ଉପଯୋଗୀ

୧. ଦୁଇ ଗ୍ରାମ ଅଁଳାକି ପାଣିରେ ମିଶାଇ ଦିନକୁ ଦୁଇ ଥର ପିଇବେ

୨. ଦୁଇ ଗ୍ରାମ ଯଷ୍ଟିମଧୁ କ୍ଷୀରରେ ମିଶାଇ ଦିନକୁ ଦୁଇ ଥର ସେବନ

୩. ୧ରୁ ୨ ଗ୍ରାମ ଶୁଣ୍ଠି ପାଣିରେ ମିଶାଇ ଦିନକୁ ଦୁଇ ଥର

୪. ଦେଢ ଗ୍ରାମ ପିପଳି ମହୁରେ ମିଶାଇ ଦିନକୁ ଦୁଇ ଥର

୫. କ୍ଷୀର ସହ ସତାବରୀ ୨ ଗ୍ରାମ ମିଶାଇ ଦିନକୁ ଥରେ ପିଇବେ

କଥାରେ ଅଛି, ‘ଚିକିତ୍ସା ଅପେକ୍ଷା ପ୍ରତିକାର ଭଲ’ । ତେଣୁ ଗ୍ୟାଷ୍ଟ୍ରିକ ସମସ୍ୟା କ୍ଷେତ୍ରରେ ବି ଏହି ନୀତି ଆପଣାଇବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.