ETV Bharat / bharat

କାଲି ଆସିଥିଲା ଶହୀଦ ଖବର, ଆଜି ପତ୍ନୀଙ୍କୁ ଫୋନ କରି କହିଲେ 'ମୁଁ ସୁରକ୍ଷିତ' - soldier sunil rai told that he is safe

ଭାରତ-ଚୀନ ମୁହାଁମୁହିଁ ହେବା ସ୍ଥାନରେ ନିୟୋଜିତ ଜଣେ ଯବାନଙ୍କ ପରିବାରର କାହାଣୀ ଏବେ ଚର୍ଚ୍ଚାରେ । ଯବାନଙ୍କ ଶହୀଦ ହେବା ଖବର ପରିବାରକୁ ମିଳିଥିଲା, ମାତ୍ର ପରବର୍ତ୍ତୀ ସମୟରେ ନିଜେ ଯବାନ ଜଣକ ଘରକୁ ଫୋନ କରି ସେ ବଞ୍ଚିଥିବା କହିଥିଲେ । ଏବେ ଲୁହ, କାନ୍ଦଣାରେ ଫାଟି ପଡୁଥିବା ଘରେ ଖୁସିର ମାହୋଲ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 17, 2020, 6:34 PM IST

ସରନ: ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ଏଲ୍‌ଏସି ନିକଟରେ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ପରିବାର ଆଖିରେ ଲୁହ, ସାରା ଗାଁରେ ଶୋକାକୁଳ ପରିବେଶ, ଦେଶରେ ଚୀନ ବିରୋଧୀ ଆକ୍ରୋଶ । ଏପରିସ୍ଥଳେ ଭାରତ-ଚୀନ ମୁହାଁମୁହିଁ ହେବା ସ୍ଥାନରେ ନିୟୋଜିତ ଜଣେ ଯବାନଙ୍କ ପରିବାରର କାହାଣୀ ଏବେ ଚର୍ଚ୍ଚାରେ । ଯବାନଙ୍କ ଶହୀଦ ହେବା ଖବର ପରିବାରକୁ ମିଳିଥିଲା, ମାତ୍ର ପରବର୍ତ୍ତୀ ସମୟରେ ନିଜେ ଯବାନ ଜଣକ ଘରକୁ ଫୋନ କରି ସେ ବଞ୍ଚିଥିବା କହିଥିଲେ । ଏବେ ଲୁହ, କାନ୍ଦଣାରେ ଫାଟି ପଡୁଥିବା ଘରେ ଖୁସିର ମାହୋଲ ।

କାଲି ଆସିଥିଲା ଶହୀଦ ଖବର , ଆଜି ପତ୍ନୀଙ୍କୁ ଫୋନ କରି ଯବାନ କହିଲେ 'ମୁଁ ସୁରକ୍ଷିତ'

ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ବିହାର ସାରନ ଜିଲ୍ଲାର ଯବାନ ସୁନୀଲ କୁମାର ଭାରତ-ଚୀନ୍ ସୀମାରେ ଥିବା ଗଲୱାନ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ଘଟଣାରେ ଶହୀଦ ହୋଇଥିବା ସୂଚନା ମିଳିଥିଲା । ଏହାପରେ ପରିବାର ଏବଂ ପୋଲିସ ଅଧିକାରୀଙ୍କୁ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଖବର ପାଇବା ମାତ୍ରେ ତାଙ୍କ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମାତ୍ର ବୁଧବାର ସକାଳେ ସୁନୀଲ ତାଙ୍କ ପତ୍ନୀ ମେନେକା କୁମାରୀଙ୍କ ସହ କଥା ହୋଇଥିଲେ । ଏହାସହ ପତ୍ନୀଙ୍କୁ ଫୋନରେ କହିଥିଲେ ଯେ, ସେ ଭଲରେ ଅଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ ।

ବୁଧବାର ସୁନୀଲଙ୍କ କଲ୍ ପାଇବା ପରେ ଦୁଃଖରେ ମ୍ରିୟମାଣ ପରିବାରରେ ଆନନ୍ଦର ଆସର ଖେଳିଯାଇଥିଲା । ସୂଚନା ଯେ, ମଙ୍ଗଳବାର ସୁନୀଲ କୁମାରଙ୍କ ପତ୍ନୀ ମେନେକା ରାୟଙ୍କୁ ସନ୍ଧ୍ୟା ପାଞ୍ଚଟା ବେଳେ କଲ ଆସିଥିଲା। ତାଙ୍କ ସ୍ବାମୀ ଶହୀଦ ହୋଇଥିବା କହିଥିଲେ । ମାତ୍ର ବୁଧବାର ନିଜେ ସୁନୀଲ ଫୋନ କରି ଘର ଲୋକଙ୍କ ସହ କଥା ହୋଇଥିଲେ ।

ସୂଚନା ଯେ, ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ନାମ ସୁନୀଲ ରାୟ ଏବଂ ପିତାଙ୍କ ନାମ ସୁଖଦେବ ରାୟ ଥିଲା । ଏଥି ସହିତ ବିହାରର ସରନର ଯବାନ ସୁନୀଲ ରାୟଙ୍କ ପିତାଙ୍କ ନାମ ମଧ୍ୟ ସୁଖଦେବ ରାୟ ଥିଲା । ଦୁଇ ଜଣ ଯବାନ ଓ ଏବଂ ତାଙ୍କ ପିତାଙ୍କ ନାମ ଏକ ହୋଇଥିବାରୁ ଦ୍ବନ୍ଦ ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.