ETV Bharat / bharat

ଏବେବି ଏହି 4ଟି ବସ୍ତୁ ବିନା ଗଢାଯାଉଛି ଦେବୀ ଦୁର୍ଗାଙ୍କ ମୂର୍ତ୍ତି - 4ଟି ବସ୍ତୁ ବିନା ଦେବୀ ଦୁର୍ଗାଙ୍କ ମୂର୍ତ୍ତୀ ଅସମ୍ପୂର୍ଣ୍ଣ

କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ । ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି । ହେଲେ କଣ ଏବେ ବି ଏହି ବସ୍ତୁ ବିନା ଦେବୀଙ୍କ ମୂର୍ତ୍ତୀ ଗଢାଯାଉଛି ? ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏବେ ବି ଏହି 4ଟି ବସ୍ତୁ ବିନା ଦେବୀ ଦୁର୍ଗାଙ୍କ ମୂର୍ତ୍ତୀ ଗଢାଯାଉଛି ?

author img

By

Published : Jul 8, 2020, 10:00 PM IST

ନୂଆଦିଲ୍ଲୀ: ହିନ୍ଦୁ ପରମ୍ପରା ଅନୁସାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ । ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋବର, ଗୋ-ମୂତ୍ର ଏବଂ ବେଶ୍ୟାଳୟର ମାଟି । ଏହିସବୁ ଜିନିଷ ବିନା ମୂର୍ତ୍ତି ଅସମ୍ପୂର୍ଣ୍ଣ । ହେଲେ ଏହି ବେଶ୍ୟାଳୟର ମାଟି କାହିଁକି ବ୍ୟବହାର କରାଯାଏ ତାହା ହୁଏତ ଅନେକଙ୍କୁ ଜଣା ନ ଥିବ । ପରମ୍ପରା କୁହେ ଜଣେ ବେଶ୍ୟା ମା' ଦୁର୍ଗାଙ୍କର ପରମ ଭକ୍ତ ଥିଲେ। ତାଙ୍କୁ ତିରସ୍କାରରୁ ମୁକ୍ତ କରିବାକୁ ମା' ନିଜେ ଆଦେଶ ଦେଇଥିଲେ କି ଯେତେବେଳେ ତାଙ୍କର ପ୍ରତିମା ପୂଜା କରାଯିବ ସେତେବେଳେ ବେଶ୍ୟାଳୟ ମାଟି ବିନା ପୂଜା ହେବ ନାହିଁ ।

ହେଲେ କଣ ଏବେ ବି ଏହି ବସ୍ତୁ ବିନା ଦେବୀଙ୍କ ମୂର୍ତ୍ତୀ ଗଢାଯାଉଛି ? ଏହି ତଥ୍ୟର ସନ୍ଧାନ କରିବା ପାଇଁ ଇଟିଭି ଭାରତ କୋଲକାତାର କୁମହାର୍ଟୋଲୀ ଅଞ୍ଚଳକୁ ପହଞ୍ଚିଥିଲେ । ଏନେଇ ଆମର ସମ୍ବାଦଦାତା କଳାକାରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଏବଂ ସେ କହିଥିଲେ ଯେ କୁମହାର୍ଟୋଲିରେ ସମୟ ବହୁତ ବଦଳି ଯାଇଛି । ସେମାନେ ଆଉ ମାଟି ସଂଗ୍ରହ କରିବାକୁ ବେଶ୍ୟା ବାଡିକୁ ଯାଆନ୍ତି ନାହିଁ ।

କାହିଁକି ବେଶ୍ୟାଳୟ ମାଟି ବିନା ଦୁର୍ଗା ମୂର୍ତ୍ତି ନିର୍ମାଣ କରାଯାଏ ନାହିଁ ? ଏହାର ଅନେକ ବ୍ୟାଖ୍ୟା ଅଛି, ଯାହା ପ୍ରାଚୀନ କାଳରୁ ଚାଲିଆସୁଛି । ଗୋଟିଏ ବ୍ୟାଖ୍ୟା ଅନୁଯାୟୀ, ଦେହଜୀବୀ ମାଟି ପବିତ୍ର ଅଟେ । ଅନ୍ୟ ଏକ ବ୍ୟାଖ୍ୟା ହେଉଛି ଶରତରେ ଦେବୀ ସମୟ ପୂର୍ବରୁ ଜାଗ୍ରତ କରାଯାଏ ।

ନବରାତ୍ରୀ ସମୟରେ ମହାମାୟଙ୍କୁ ନଅ ରୂପରେ ପୂଜା କରାଯାଏ । ତାଙ୍କ ରୂପ ଗୁଡିକୁ ହେଉଛି-ବିନୋଦିନୀ, କାପାଳିନୀ, ଧୋପାନୀ, ନାପାଟିନି, ବ୍ରାହ୍ମଣୀ, ଶୁଦ୍ରାନୀ, ଗୋଲିନି, ମାଳିନି ଏବଂ ବେଶ୍ୟା । ନବମ ରୂପ ବେଶ୍ୟାକୁ ପ୍ରତିପାଦିତ କରେ । ପୌରାଣିକ କାହାଣୀ ଅନୁଯାୟୀ ବେଶ୍ୟା ଦେବତାମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ । ତେଣୁ ତଥାକଥିତ ଅନୁସାରେ ଏହି ବେଶ୍ୟାଶାଳରୁ ମାଆ ଦୁର୍ଗାଙ୍କ ପ୍ରତିମା ନିର୍ମାଣ ଏବଂ ପୂଜା ପାଇଁ ମାଟି ନିଆଯାଏ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.