ETV Bharat / bharat

ରାଜସ୍ଥାନ ରାଜନୀତି ରଣ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ଯାଞ୍ଚ କରିବ SOG

author img

By

Published : Jul 23, 2020, 2:16 PM IST

ରାଜସ୍ଥାନରେ ଚାଲିଥିବା ରାଜନୀତି ରଣ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ଯାଞ୍ଚ କରିବ SOG । ସଞ୍ଜିବନୀ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିରେ ହୋଇଥିବା 884 କୋଟି ଟଙ୍କାର ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଯାଞ୍ଚ କରାଯିବ ।

ରାଜସ୍ଥାନ ରାଜନୀତି ରଣ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ଯାଞ୍ଚ କରିବ SOG
ରାଜସ୍ଥାନ ରାଜନୀତି ରଣ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ଯାଞ୍ଚ କରିବ SOG

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୀତି ରଣ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ଯାଞ୍ଚ କରିବ SOG । ସଞ୍ଜିବନୀ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିରେ ହୋଇଥିବା 884 କୋଟି ଟଙ୍କାର ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଯାଞ୍ଚ କରାଯିବ । ଦୁର୍ନୀତିର ଯାଞ୍ଚ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ମାମଲାରେ SOG ଯାଞ୍ଚ କରିବ ବୋଲି କୁହାଯାଉଛି ।

ରାଜସ୍ଥାନ SOG ପୂର୍ବରୁ ମଧ୍ୟ ସଞ୍ଜିବନୀ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରୁଛି । ଏହି ମାମଲାରେ ବିକ୍ରମ ସିଂ(ସୋସାଇଟିର ମୁଖ୍ୟ)ଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ SOG ଗିରଫ କରିଛି । ଏବେ କୋର୍ଟ କେନ୍ଦ୍ରମନ୍ତ୍ରୀ, ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇଜଣଙ୍କ ବିରୋଧରେ ମଧ୍ୟ ଯାଞ୍ଚ କରିବାକୁ କହିଛନ୍ତି ।

ସୂଚନା ଅନୁଯାୟୀ, 2019 ମସିହାରେ ଏସଓଜି ସୋସାଇଟିରେ ଦୁର୍ନୀତି ହୋଇଥିବାର ମାମଲା ରୁଜୁ କରିଥିଲା । ଯେଉଁଥିରେ ଅଭିଯୋଗକାରୀ ଦର୍ଶାଇଥିଲେ ଯେ, ସେ ସୋସାଇଟିରେ ରଖିଥିବା ଲକ୍ଷଲକ୍ଷ ଟଙ୍କା କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପରିବାରର କମ୍ପାନୀରେ ଲଗାଯାଇଛି । ଏହାସହ ତାଙ୍କ ପଇସା କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ସାଥୀଙ୍କ ଆକାଉଣ୍ଟରେ ଜମା ହୋଇଛି । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ଏସଓଜି ।

ତେବେ ଘଟଣାରେ ଏସଓଜି ତଦନ୍ତ କରି କିଛି ଲୋକଙ୍କୁ ଗିରଫ କରିଥିବାବେଳେ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସମେତ ଅନ୍ୟ ଲୋକଙ୍କ ବିରୋଧରେ ଯାଞ୍ଚ କରିନଥିଲା । ଯାହାକୁ ନେଇ ଜଣେ ଅଭିଯୋଗକାରୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି କୋର୍ଟ ଆଜି କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.