ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ଅଶୋକ ଗେହଲଟ ସରକାର ଭାଙ୍ଗିବାକୁ ନେଇ ଭାଇରାଲ ହେଉଥିବା ଅଡିଓ ମାମଲାରେ ସଞ୍ଜୟ ଜୈନ ଗିରଫ । ସଞ୍ଜୟଙ୍କୁ ଜୟପୁରରୁ ଗିରଫ କରିଛି ଏସଓଜି । ପୂର୍ବରୁ ସଞ୍ଜୟଙ୍କୁ ଏସଓଜି ହେପାଜତକୁ ନେଇ ପଚରାଉଚୁରା କରିଥିଲା ।
ଶୁକ୍ରବାର ବିଳମ୍ବିତ ରାତିରେ ଭାରତୀୟ ଦଣ୍ଡ ବିଧାନର ଧାରା 124 'କ' ଏବଂ 120 'ଖ' ଆଧାରରେ ରାଜସ୍ଥାନ ପୋଲିସର ଏସଓଜି ଟିମ ସଞ୍ଜୟ ଜୈନଙ୍କୁ ଗିରଫ କରିଛି । ଏବେ ବି ଏସଓଜି ତାଙ୍କୁ ଜେରା କରୁଛି । ସଞ୍ଜୟ ଜୟପୁରର ଜଣ ବଡ ବ୍ୟବସାୟୀ ହୋଇଥିବାବେଳେ ଅନେକ ନେତାଙ୍କ ସହ ତାଙ୍କର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି ।