ଆମେଥି: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ କଡା ଭାଷାରେ ଜବାବ ଦେଇଛନ୍ତି । ବାରମ୍ବାର ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନେତାଙ୍କୁ ସେ ଟାର୍ଗେଟ କରିଛନ୍ତି । ଯେତେ ଅଧିକ ଆକ୍ରମଣ କରିବ ସେତେ ଅଧିକ ଦୃଢ ହୋଇ କାମ କରିବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଏଥର କଂଗ୍ରେସର ଗଡ ଆମେଥିରେ ରାହୁଲ-ସ୍ମୃତି ଫାଇଟ୍ ହେଉଛି । ଗତକାଲି ଏଥିପାଇଁ ନାମାଙ୍କନ ଭରିଥିଲେ ଇରାନୀ । ତେବେ ଏଥିପାଇଁ ଦାଖଲ କରିଥିବା ସତ୍ୟପାଠରେ ସେ କୌଣସି ସ୍ନାତକ ହାସଲ କରିନଥିବା ଦର୍ଶାଇଥିଲେ । ଯାହାକୁ ନେଇ କଂଗ୍ରେସ ନେତା ତାଙ୍କୁ ସମାଲୋଚନା କରିଥିଲେ । ଆଗରୁ ମଧ୍ୟ ଅନେକ ଥର କଂଗ୍ରେସ ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କୁ ଟାର୍ଗେଟ କରିଛି ।
-
#WATCH Union Minister Smriti Irani: In the last 5 years, they have attacked me in every which way possible. I only have one message for them, the more you will insult me, the more you will attack me, the harder I will work against Congress in Amethi. pic.twitter.com/ag3R9JV4yL
— ANI UP (@ANINewsUP) April 12, 2019 " class="align-text-top noRightClick twitterSection" data="
">#WATCH Union Minister Smriti Irani: In the last 5 years, they have attacked me in every which way possible. I only have one message for them, the more you will insult me, the more you will attack me, the harder I will work against Congress in Amethi. pic.twitter.com/ag3R9JV4yL
— ANI UP (@ANINewsUP) April 12, 2019#WATCH Union Minister Smriti Irani: In the last 5 years, they have attacked me in every which way possible. I only have one message for them, the more you will insult me, the more you will attack me, the harder I will work against Congress in Amethi. pic.twitter.com/ag3R9JV4yL
— ANI UP (@ANINewsUP) April 12, 2019
ତେବେ କଂଗ୍ରେସ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସ୍ମୃତି କହିଛନ୍ତି ଯେ ଗତ 5 ବର୍ଷ ମଧ୍ୟରେ କଂଗ୍ରେସ ନେତା ତାଙ୍କୁ ଅପମାନ କରିବାର କୌଣସି ସୁଯୋଗ ହାତଛଡା କରିନାହାନ୍ତି । ତାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ସେ ମହିଳା ହୋଇ ସୁଦ୍ଧା ତାଙ୍କ ପ୍ରତି କଂଗ୍ରେସ ଅନେକ ଖରାପ ମନ୍ତବ୍ୟ ଦେଇଛି । ହେଲେ ଏଥିପ୍ରତି ସେ ତିଳେ ହେଲେ କର୍ଣ୍ଣପାତ କରନ୍ତି ନାହିଁ । କଂଗ୍ରେସ ପାଇଁ ତାଙ୍କର କେବଳ ଗୋଟିଏ ବାର୍ତ୍ତା ରହିଛି ଆମେଥିକୁ ବଞ୍ଚାଅ ।
ପୂର୍ବତନ ମାନବ ସମ୍ବଳ ମନ୍ତ୍ରୀ ଥିବା ସ୍ମୃତି ଆହୁରି କହିଛନ୍ତି ଯେ କଂଗ୍ରେସ ତାଙ୍କୁ ଯେତେ ଅଧିକ ଅପମାନ କରିବ ସେ ସେତେ ଅଧିକ ଦୃଢ ହୋଇ କାମ କରିବେ । ତାଙ୍କ ବିରୋଧରେ ଯେତେ ଅପମାନଜନକ ମନ୍ତବ୍ୟ ଦେଲେ, ନକରାତ୍ମକ ଟିପ୍ପଣୀ କଲେ ମଧ୍ୟ ନା ସେ ପଛଘୁଞ୍ଚା ଦେବେ ନା ଡରିଯିବେ । ବରଂ ଏହା ତାଙ୍କୁ ଆମେଥିରେ କଂଗ୍ରେସ ବିରୋଧରେ ଆହୁରି ଜୋରଦାର ଲଢେଇ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।