ETV Bharat / bharat

ଆସନ୍ତା 5 ବର୍ଷରେ ଦେଶରେ ଉତ୍ପାଦନ ହେବ 11.5 ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ

author img

By

Published : Aug 1, 2020, 3:39 PM IST

ଆସନ୍ତା 5 ବର୍ଷ ମଧ୍ୟରେ ଦେଶରେ 11.5 ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ ଏବଂ ତାର ଉପାଦାନ ଉତ୍ପାଦନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

ରବିଶଙ୍କର ପ୍ରସାଦ
ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନଲକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା 5 ବର୍ଷ ମଧ୍ୟରେ ଦେଶରେ 11.5 ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ ଏବଂ ତାର ଉପାଦାନ ଉତ୍ପାଦନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶନିବାର କହିଛନ୍ତି, ପ୍ରଡକ୍ସନ-ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍ ସ୍କିମ୍ ଅଧୀନରେ ପ୍ରାୟ 22 ଟି କମ୍ପାନୀ ଆବେଦନ କରିଛନ୍ତି। ଏହି କମ୍ପାନୀଗୁଡିକ ଆସନ୍ତା 5 ବର୍ଷରେ ଭାରତରେ 11.5 ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ଏବଂ ଉପାଦାନ ଉତ୍ପାଦନ କରିବେ । ସେଥିମଧ୍ୟରୁ 7 ଲକ୍ଷ କୋଟି ଟଙ୍କା ମୂଲ୍ୟର ଉତ୍ପାଦ ରପ୍ତାନି ହେବ । ତେବେ ଏହି କମ୍ପାନୀ ଗୁଡିକ 3 ଲକ୍ଷ ପ୍ରତ୍ୟକ୍ଷ ଏବଂ 9 ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବେ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି ।

ତେବେ ଏହି ଯୋଜନା କୌଣସି ଦେଶ ବିରୁଦ୍ଧରେ ନୁହେଁ ବରଂ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଏକ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ସେ କହିଛନ୍ତି, ମୁଁ କୌଣସି ଦେଶର ନାମ ନେବାକୁ ଚାହୁଁନାହିଁ । ଦେଶର ସୁରକ୍ଷା , ସୀମାବର୍ତ୍ତୀ ଦେଶ ଏବଂ ସମସ୍ତ କମ୍ପାନୀ ଗୁଡିକର ହିତକୁ ଦୃଷ୍ଟିରେ ରଖି ଆମେ ଏଭଳି ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.