ETV Bharat / bharat

ଛୋଟିଆ ଯାନରେ ରାଜ୍ୟକୁ ଆସିପାରିବେ ପ୍ରବାସୀ: ବିହାର ସିଏମ - ରାଜ୍ୟର କୋରୋନା ସ୍ଥିତିକୁ ଅନୁଧ୍ୟାନ କଲେ ବିହାର ମୁଖ୍ୟମନ୍ତ୍ରୀ

ରାଜ୍ୟର କୋରୋନା ସ୍ଥିତିକୁ ଅନୁଧ୍ୟାନ କଲେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ରାଜ୍ୟକୁ ପ୍ରବାସୀ ଶ୍ରମିକମାନେ କେବଳ ବସ ନୁହେଁ କ୍ଷୁଦ୍ରଯାନରେ ମଧ୍ୟ ଆସିପାରିବେ ।

ଛୋଟିଆ ଯାନରେ ରାଜ୍ୟକୁ ଆସିପାରିବେ ପ୍ରବାସୀ:ବିହାର ସିଏମ

author img

By

Published : May 15, 2020, 11:46 AM IST

ପାଟଣା: ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକ କେବଳ ବସ ନୁହେଁ କ୍ଷୁଦ୍ର ଯାନବାହାନରେ ମଧ୍ୟ ଫେରିପାରିବେ । ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ନିର୍ଦ୍ଦେଶାନାମା ଜାରି ହୋଇଛି । ନିକଟସ୍ଥ ରାଜ୍ୟରୁ ଫେରୁଥିବା ଶ୍ରମିକ ଯେ କୌଣସି ଛୋଟିଆ ଯାନରେ ବିହାର ଆସିପାରିବେ ।

ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିହାର ରାଜ୍ୟର କୋରେନା ସ୍ଥିତିକୁ ସମୀକ୍ଷା କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସ୍କୁଲ ଓ ପଞ୍ଚାୟତକୁ କ୍ବାରେଣ୍ଟାଇନ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିତିଶ । ଏଠାରେ ପ୍ରବାସୀ ଶ୍ରମିକଙ୍କୁ ରଖାଯିବ । ଏହାକୁ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ବାରା ପରିଚାଳନା କରାଯିବ । ଏଥିସହ ବିନା କୌଣସି ବାଧାରେ ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି । ହଟସ୍ପଟ ଅଞ୍ଚଳରୁ ଆସିଥିବା ଶ୍ରମିକଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ କୁହାଯାଇଛି ।

ପ୍ରବାସୀଙ୍କୁ ତୁରନ୍ତ ଫେରାଇ ଆଣିବାକୁ ବସ ଓ ଟ୍ରେନର ବ୍ୟବସ୍ଥା କରାଯାଉଛି । ବିଦେଶରୁ ଆସିଥିବା ଶ୍ରମିକଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.