ହାଇଦ୍ରାବାଦ: 21 ଦିନିଆ ଦେଶବ୍ୟାପୀ ତାଲା ବନ୍ଦ ଥିବାବେଳେ କୃଷକମାନେ କ୍ଷତିଗ୍ରସ୍ତ ହୋଇପଡିଛନ୍ତି । ଏଭଳି ସମୟରେ ତେଲେଙ୍ଗାନାର ଜଣେ କ୍ଷୁଦ୍ର କୃଷକ COVID-19 ରିଲିଫ ପଦକ୍ଷେପ ପାଇଁ 50,000 ଟଙ୍କା ଦାନ କରିବାକୁ ଆଗେଇ ଆସିଛନ୍ତି। ଏନେଇ ଟ୍ବିଟ କରି ଜଣାଇଛନ୍ତି କ୍ୟାବିନେଟ ମନ୍ତ୍ରୀ କେ.ଟି ରାମା ରାଓ ।
ଆଦିଲାବାଦ ଜିଲ୍ଲାର ମୋରା ହାନମଣ୍ଡଲୁ ନିଜର ସାଢେ 4 ଏକର ଜମିରେ ଚାଷ କରି ଅର୍ଜନ କରିଥିବା ଅର୍ଥକୁ ସେ ସରକାରଙ୍କୁ ଦେଶ ସୁରକ୍ଷା ପାଇଁ ଟେକି ଦେଇଛନ୍ତି ।
ତାଙ୍କ କହିବାନୁସାରେ, ଦେଶ ଲକ ଡାଉନ ହେବା ପରଠାରୁ ବହୁ କ୍ଷତି ସହିଛି । ଏପରିକି ବହୁ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଆଘାତ ଦେଇଛି। ତେଣୁ ସେ ଚାଷରୁ ଲାଭ କରିଥିବା ଟଙ୍କାକୁ ରିଲିଫ୍ କାର୍ଯ୍ୟ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
@IANS