ETV Bharat / bharat

ନୀତିଶ କୁମାରଙ୍କ ହେଲିକପ୍ଟରକୁ ଚପଲ ଫିଙ୍ଗିବା ଘଟଣା, 4 ଯୁବକ ଗିରଫ

author img

By

Published : Oct 27, 2020, 1:32 PM IST

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେଲିକପ୍ଟର ଉପରକୁ ଚପଲ ଫୋପାଡି ବନ୍ଧା ହେଲେ 4 ଯୁବକ । ଅଧିକ ପଢନ୍ତୁ...

ନୀତିଶ କୁମାର
ନୀତିଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେଲିକପ୍ଟର ଉପରକୁ ଚପଲ ଫୋପାଡିବା ମହଙ୍ଗା ପଡିଛି । ଘଟଣାରେ 4 ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ମୁଜାଫରପୁର ଜିଲ୍ଲାର ସକରା ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବାବେଳେ ତାଙ୍କ ହେଲିକପ୍ଟର ଆଡକୁ କିଛି ଯୁବକ ଚପଲ ଫିଙ୍ଗିଥିଲେ । ତେବେ ହେଲିପ୍ୟାଡରେ ହେଲିକପ୍ଟର ଥିବାବେଳେ ଏହା ପହଞ୍ଚିପାରିନଥିଲା । ଯାହାକୁ ନେଇ ପୋଲିସ 4 ଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।

ନୀତିଶଙ୍କୁ ପୂର୍ବରୁ ମଧ୍ୟ ହୋଇଛି ବିରୋଧ

ନୀତିଶଙ୍କୁ ଏହି ବିରୋଧ ପ୍ରଥମ ଥର ପାଇଁ ହୋଇନାହିଁ । ଏହା ପୂର୍ବରୁ ଅନେକ ରାଲିରେ ଲୋକେ ନୀତିଶଙ୍କୁ ବିରୋଧ କରିଛନ୍ତି । ଏପରିକି ନୀତିଶ ଏହା ପଛରେ ବିରୋଧୀଙ୍କ ହାତ ଥିବା ମଧ୍ୟ ଅନେକ ସ୍ଥାନରେ କହିଛନ୍ତି ।

ସକରାରେ ଥିଲା ନୀତିଶ କୁମାରଙ୍କ ନିର୍ବାଚନୀ ସଭା

ସକରାରେ ନିର୍ବାଚନୀ ସଭାରେ ଭାଷଣ ଦେଇ ନୀତିଶ ଏନଡିଏ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଯଦି ପୁଣି ଥରେ ଏନଡିଏ କ୍ଷମତାକୁ ଆସେ ତେବେ ସମସ୍ତଙ୍କୁ 24 ଘଣ୍ଟିଆ ବିଜୁଳିର ବ୍ୟବସ୍ଥା କରାଯିବ । ଯୁବକଙ୍କ ପାଇଁ ଟେକ୍ନୋଲୋଜିର ବ୍ୟବସ୍ଥା ହେବ । ଗାଁ ଗାଁରେ ପରିମଳ ଉରେ ଗୁରୁତ୍ବ ଦିଆଯିବ ଆଦି କହି ସେ ଭୋଟ ଭିକ୍ଷା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.