ETV Bharat / bharat

ବିହାର ନିର୍ବାଚନ: ରାଲିରେ ତେଜସ୍ବୀଙ୍କୁ ଜୋତାମାଡ - ତେସ୍ବଜୀ ଯାଦବଙ୍କୁ ଜୋତାମାଡ

ଆରଜେଡି ନେତା ତେସ୍ବଜୀ ଯାଦବଙ୍କୁ ଜୋତାମାଡ। ମଞ୍ଚରେ ବସିଥିବା ବେଳେ ଜୋତା ଫିଙ୍ଗିଲେ ଦୁର୍ବୃତ୍ତ। ବିହାର ନିର୍ବାଚନ ଲାଗି ଦଳୀୟ ନେତାଙ୍କ ପାଇଁ ପ୍ରଚାର କରୁଥିଲେ ତେଜସ୍ବୀ। ଅଧିକ ଖବର ପଢନ୍ତୁ...

ନିର୍ବାଚନୀ ପ୍ରଚାର ବେଳେ ତେଜସ୍ବୀଙ୍କୁ ଜୋତା ଫିଙ୍ଗିଲେ ଦୁର୍ବୃତ୍ତ

author img

By

Published : Oct 21, 2020, 11:59 AM IST

ଔରଙ୍ଗାବାଦ୍: ଆରଜେଡି ନେତା ତେସ୍ବଜୀ ଯାଦବଙ୍କୁ ଜୋତାମାଡ। ମଞ୍ଚ ରେ ବସିଥିବା ବେଳେ ଜୋତା ଫିଙ୍ଗିଲେ ଦୁର୍ବୃତ୍ତ। ସୂଚନା ଅନୁସାରେ, ବିହାରର ଔରଙ୍ଗାବାଦ ଜିଲ୍ଲାର କୁଟୁମ୍ବା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବାବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଉପରେ ମଙ୍ଗଳବାର ଚପଲ ଉପରେ ଆକ୍ରମଣ କରିଥିଲେ। ପାର୍ଟି ଏବଂ ସରକାରୀ ସୂତ୍ରରୁ ପ୍ରକାଶ ଯେ ଭିଡ଼ ଭିତରୁ କେହି ତାଙ୍କ ଆଡକୁ ଚପଲ ଫିଙ୍ଗିଥିବା ବେଳେ ଆରଜେଡି ନେତା ମଞ୍ଚରେ ବସିଥିଲେ।

ସୂତ୍ରରୁ ପ୍ରକାଶ ଯେ ଟ୍ରାଇ ସାଇକେଲରେ ବସିଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆରଜେଡି ନେତାଙ୍କ ଉପରେ ଚପଲ ପକାଇଥିବାର ଜଣାପଡିଛି। ଲୋକମାନେ ଏବଂ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ସାଧାରଣ ସଭାରୁ ଦୂରେଇ ନେଇଥିଲେ ବୋଲି ସୂତ୍ରରୁ ପ୍ରକାଶ।

ଆରଜେଡି ମୁଖପାତ୍ର ମିତ୍ରୁଞ୍ଜୟ ତିୱାରୀ ଏହି ଘଟଣାକୁ ନିନ୍ଦା କରିବା ସହ ମତଦାନ ସମୟରେ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ନେତାଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ବିରୋଧୀ ଗ୍ରାଣ୍ଡ ଆଲାଇନ୍ସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ସହଯୋଗୀ କଂଗ୍ରେସ ପ୍ରାର୍ଥୀ ରାଜେଶ ରାମଙ୍କୁ ଭୋଟ୍ ଦେବା ପାଇଁ ପ୍ରଚାର କାର୍ଯ୍ୟରେ ଆସିଥିଲେ। । କୁଟୁମ୍ବା ସଂରକ୍ଷିତ ଆସନରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସଭାପତି ଜିତନ ରାମ ମଞ୍ଜୀଙ୍କ ପୁଅ ସାନ୍ତୋଷ କୁମାର ସୁମନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

243 ବିଧାନସଭା ଆସନ ପାଇଁ ଅକ୍ଟୋବର 28, ନଭେମ୍ବର 3 ଏବଂ ନଭେମ୍ବର 7 ରେ ରାଜ୍ୟ ତିନୋଟି ପର୍ଯ୍ୟାୟରେ ମତଦାନକୁ ହେବ। ନଭେମ୍ବର 10 ରେ ଫଳାଫଳ ଘୋଷଣା କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.