ETV Bharat / bharat

‘ପିଙ୍କ ମୁନ’: ଆକାଶରେ ରଚିଲା ଗୋଲାପୀ ରଙ୍ଗ

author img

By

Published : Apr 7, 2020, 10:25 PM IST

ମଙ୍ଗଳବାର ଆକାଶରେ ଖେଳିଛି ଗୋଲାପୀ ରଙ୍ଗ । କୋରୋନା ପାଇଁ ଗୋଟିଏ ପଟେ ବିଶ୍ବରେ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ଆକାଶ ଅନେକ ଲୋକଙ୍କୁ ଦେଇଛି ଶାନ୍ତିର ବାର୍ତ୍ତା। କାରଣ ଆକାଶରେ ଦେଖିବାକୁ ମିଳିଛି ‘ପିଙ୍କ ମୁନ’ ବା ‘ଗୋଲାପୀ ଜହ୍ନ’ । ଅଧିକ ପଢ଼ନ୍ତୁ...

pink moon, pink moon on sky, supermoon of 2020, brightest and biggest moon of 2020, ପିଙ୍କ ମୁନ, ଆକାଶରେ ପିଙ୍କ ମୁନ, 2020ର ସୁପରମୁନ, 2020ର ସବୁଠାରୁ ବଡ ଓ ଉଜ୍ଜଳମୟ ଜହ୍ନ
‘ପିଙ୍କ ମୁନ’: ଆକାଶରେ ରଚିଲା ଗୋଲାପୀ ରଙ୍ଗ

ହାଇଦ୍ରାବାଦ: ମଙ୍ଗଳବାର ଆକାଶରେ ଖେଳିଛି ଗୋଲାପୀ ରଙ୍ଗ । କୋରୋନା ପାଇଁ ଗୋଟିଏ ପଟେ ବିଶ୍ବରେ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ଆକାଶ ଅନେକ ଲୋକଙ୍କୁ ଦେଇଛି ଶାନ୍ତିର ବାର୍ତ୍ତା । କାରଣ ଆକାଶରେ ଦେଖିବାକୁ ମିଳିଛି ‘ପିଙ୍କ ମୁନ’ ବା ‘ଗୋଲାପୀ ଜହ୍ନ’ । ଯାହା 2020 ବର୍ଷର ସବୁଠାରୁ ଉଜ୍ଜ୍ବଳ ଓ ବଡ ଜହ୍ନ ବୋଲି ଆକଳନ କରିଛି ନାସା ।

ନାସାର ରିପୋର୍ଟ ମୁତାବକ ଯେବେ ଚନ୍ଦ୍ର ନିଜ ଅଣ୍ଡାକୃତିର କକ୍ଷ ପଥରେ ପୃଥିବୀର ସବୁଠାରୁ ନିକଟତର ହୋଇଥାଏ ସେହି ସମୟରେ ଏହି ‘ସୁପରମୁନ’ ବା ‘ପିଙ୍କମୁନ’ ଦୃଶ୍ୟମାନ ହୋଇଥାଏ । ଏହା ସାଧାରଣ ଦିନ ଅପେକ୍ଷା ସାମାନ୍ୟ ବଡ ଓ ଉଜ୍ଜଳମୟ ଦେଖାଯାଇଥାଏ । ଚଳିତବର୍ଷ ଅନେକ ସୁପରମୁନ ଦେଖାଯିବାକୁ ଥିବା ବେଳେ ଆଜିର ପିଙ୍କମୁନ ପୃଥିବୀର ସବୁଠାରୁ ନିକଟତର । ତେଣୁ ଏହା ସବୁଠାରୁ ଅଧିକ ଉଜ୍ଜ୍ବଳମୟ ଓ ଆକାରରରେ ଅପେକ୍ଷାକୃତ ବଡ ।

ତେବେ ଏହାକୁ ପାସ୍କାଲ ମୁନ ମଧ୍ୟ କୁହାଯାଏ । କାରଣ କ୍ରିଷ୍ଟିଆନ କ୍ୟାଲେଣ୍ଡରରେ ଏହି ଚନ୍ଦ୍ରର ଗତି ଅନୁସାରେ ଇଷ୍ଟରର ଗଣନା କରାଯାଏ । ବାସ୍ତବରେ ଏହି ପିଙ୍କ ମୁନର ରଙ୍ଗ ଗୋଲାପୀ ଦେଖାଯାଏ ନାହିଁ, ବରଂ ଏହା କେବଳ ଆକାରରେ ବଡ ଓ ଉଜ୍ଜ୍ବଳ ଦେଖାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.