ETV Bharat / bharat

ଦିଲ୍ଲୀ ଉପରାଜ୍ୟପାଳଙ୍କ 13 କର୍ମଚାରୀ କୋରୋନା ସଂକ୍ରମିତ

author img

By

Published : Jun 3, 2020, 4:19 PM IST

ମଧ୍ୟପ୍ରଦେଶ ରାଜ ଭବନର କର୍ମଚାରୀମାନେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ବର୍ତ୍ତମାନ ଦିଲ୍ଲୀର ଉପରାଜ୍ୟପାଳ (ଏଲଜି) ଅନୀଲ ବୈଜଲଙ୍କ 13 ଜଣ କର୍ମଚାରୀ ଏବଂ ଅନ୍ୟ 6 ଜଣ ସରକାରୀ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

ଦିଲ୍ଲୀ ଉପରାଜ୍ୟପାଳଙ୍କ 13 କର୍ମଚାରୀଙ୍କ ସମେତ 6 ଜଣ ସରକାରୀ କର୍ମଚାରୀ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ସାରାବିଶ୍ବକୁ ଏବେ ଗ୍ରାସ କରିଛି ମହାମାରୀ କୋରୋନା । ଏହା ପ୍ରଭାବରୁ କିପରି ବର୍ତ୍ତିବେ, ସେନେଇ ସମସ୍ତେ ଚିନ୍ତିତ । କୋରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଲୋକଙ୍କୁ ସବୁବେଳେ ସଚେତନ କରାଇ ଆସୁଥିବା ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ କୋରୋନା ପ୍ରକୋପରୁ ବାଦ ପଡ଼ି ନାହାଁନ୍ତି । ମଧ୍ୟପ୍ରଦେଶ ରାଜ ଭବନର କର୍ମଚାରୀମାନେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ବର୍ତ୍ତମାନ ଦିଲ୍ଲୀର ଉପରାଜ୍ୟପାଳ (ଏଲଜି) ଅନୀଲ ବୈଜଲଙ୍କ 13 ଜଣ କର୍ମଚାରୀ ଏବଂ ଅନ୍ୟ 6 ଜଣ ସରକାରୀ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ଉପରାଜ୍ୟପାଳ ସଚିବାଳୟରେ କାର୍ଯ୍ୟ କରୁଥିବା ଜୁନିଅର ଆସିଷ୍ଟାଣ୍ଟ, ଡ୍ରାଇଭର, ପିଅନ ସମେତ 13 ଜଣ କର୍ମଚାରୀ ମାରାତ୍ମକ କୋଭିଡ -19 ସଂକ୍ରମିତ ହୋଇଥିବା ଜଣାପଡିଛି। ଏନେଇ ଉପରାଜ୍ୟପାଳ ଚିନ୍ତା ପ୍ରକଟ କରିବା ସହ ସମସ୍ତ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି ବୈଜଲ ଟ୍ୱିଟ କରି କହିଛନ୍ତି । ଅନ୍ୟ ଏକ ଟ୍ୱିଟ୍‌ରେ ଏଲଜି କହିଛନ୍ତି ଯେ, କାର୍ଯ୍ୟ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରାର୍ଥନା କରୁଛି।

ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ, ଡ୍ରାଇଭର ଏବଂ ପିଅନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତେଣୁ, LG କାର୍ଯ୍ୟାଳୟରେ ପୋଷ୍ଟିଂ ଥିବା ଦୁଇଜଣ ବରିଷ୍ଠ ଅଧିକାରଙ୍କୁ ଆଇସୋଲେନକୁ ପଠାଇ ଦିଆଯାଇଛି । ସୋମବାର ଦିନ ଦିଲ୍ଲୀରେ 990 ଟି ନୂଆ କୋରୋନା ଆକ୍ରାନ୍ତ ରିପୋର୍ଟ ହୋଇଥିବା ବେଳେ ମୋଟ ମାମଲା 20,834 କୁ ବୃଦ୍ଧି ପାଇଛି। ଏଥିସହ ମୃତ୍ୟୁ ସଂଖ୍ୟା 523 ରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.