ETV Bharat / bharat

ତାଜମହଲରେ ପୂଜା କରିବାକୁ ଶିବସେନାର ଧମକ - sivsena wants to perform puja in tajmahal

ତାଜମହଲରେ ପୂଜା ଏବଂ ଆଳତୀ କରିବା ନେଇ ଧମକ ଦେଇଛି ଶିବସେନା । ଶ୍ରାବଣ ମାସର 4 ସୋମବାରରେ ଏଠାରେ ଆଳତୀ କରାଯିବ ବୋଲି ଶିବସେନା ନେତା କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 21, 2019, 2:24 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ବିଶ୍ବ ପ୍ରସିଦ୍ଧ ସ୍ମାରକ ତାଜମହଲରେ ପୂଜା ଏବଂ ଆଳତୀ କରିବାର ଧମକ ଦେଇଛି ଶିବସେନା । ତାଜମହଲ ଅସଲରେ ତେଜୋ ମହାଳୟ ଏବଂ ଏହା ହିନ୍ଦୁଙ୍କ ଆସ୍ଥାର ପ୍ରତୀକ ଅଟେ । ତେଣୁ ଶ୍ରାବଣ ମାସର 4 ସୋମବାରରେ ଏଠାରେ ଆଳତୀ କରାଯିବ ବୋଲି ଶିବସେନା ନେତା ବୀନୁ ଲବାନିଆ କହିଛନ୍ତି ।

ତେବେ ଶିବସେନାର ଏହି ଧମକ ପରେ ପ୍ରତ୍ନତତ୍ବ ବିଭାଗ ପକ୍ଷରୁ ଏହାର ସୁରକ୍ଷା ଦାବି କରାଯାଇଛି । ଏଠାରେ ପୂର୍ବରୁ କୌଣସି ପ୍ରକାର ପୂଜାର୍ଚ୍ଚନା କିମ୍ବା ଆରତୀ ହୋଇନାହିଁ । ତାଜମହଲ ଭଳି ସଂରକ୍ଷିତ ସ୍ମାରକରେ କୌଣସି ପ୍ରକାର ଧାର୍ମିକ ଆୟୋଜନ କରିବା ଆଇନ ବିରୋଧୀ । ତେଣୁ ଏହାର ସୁରକ୍ଷା ଦାବି କରି ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି ବିଭାଗ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ତାଜମହଲରେ ପୂଜାର୍ଚ୍ଚନା କରିବା ନେଇ ଦକ୍ଷିଣ ପନ୍ଥୀ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା । ଏହା ବ୍ୟତୀତ 2008ରେ ଶିବସେନା ତାଜମହଲରେ ଧାର୍ମିକ ଅନୁଷ୍ଠାନ କରିଥିଲେ । ଯାହାପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

Intro:Body:

NATIONAL NEWS

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.