ETV Bharat / bharat

ମେ 1ରୁ ଏବେସୁଦ୍ଧା ଘରକୁ ଫେରିଛନ୍ତି 10 ଲକ୍ଷ ଶ୍ରମିକ: ରେଳବାଇ

ମେ 1ରୁ ଭାରତୀୟ ରେଳ ବିଭାଗର 800 ଟ୍ରେନ ଯୋଗେ ମୋଟ 10 ଲକ୍ଷ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଥିବା ଗୁରୁବାର ଭାରତୀୟ ରେଳ ବିଭାଗ ସୂଚନା ଦେଇଛନ୍ତି । ତେବେ ମେ 1ରୁ ଭାରତୀୟ ରେଳ ବିଭାଗର 800 ଟ୍ରେନ ଯୋଗେ ମୋଟ 10 ଲକ୍ଷ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଥିବା ଗୁରୁବାର ଭାରତୀୟ ରେଳ ବିଭାଗ ସୂଚନା ଦେଇଛନ୍ତି ।

author img

By

Published : May 14, 2020, 5:33 PM IST

migrant labour
ମେ 1ରୁ ଏବେସୁଦ୍ଧା 10 ଲକ୍ଷ ଶ୍ରମିକ ନିଜ ରାଜ୍ୟକୁ ଫେରିଛନ୍ତି

ନୂଆଦିଲ୍ଲୀ: ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି କୋରୋନା ଭାଇରସ । ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ ହୋଇଛି । ଏପଟେ ବହୁ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଶ୍ରଦ୍ଧାଳୁ ନିଜ ନିଜ ରାଜ୍ୟକୁ ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି ।

ତେବେ ମେ 1ରୁ ଭାରତୀୟ ରେଳ ବିଭାଗର 800 ଟ୍ରେନ ଯୋଗେ ମୋଟ 10 ଲକ୍ଷ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଥିବା ଗୁରୁବାର ଭାରତୀୟ ରେଳ ବିଭାଗ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଲକଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ କେନ୍ଦ୍ର ସରକାରଙ୍କୁ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ଫଳରେ କେନ୍ଦ୍ର ସରକାର ସେମାନଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଲକଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଥିଲେ । ଫଳରେ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.