ETV Bharat / bharat

ଉତ୍ପାଦନ-ଯୋଗାଣ-ବିତରଣ ଆମ ପ୍ରାଥମିକତା, ମିଳିତ ବିବୃତି ରଖିଲେ ସେରମ ଓ ଭାରତ ବାୟୋଟେକ - ସେରମ ଇନଷ୍ଚିଚ୍ୟୁଟ

ଭାରତରେ କରୋନା ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ ଇନଷ୍ଚିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ଏବଂ ଭାରତ ବାୟୋଟେକ କମ୍ପାନୀର ମୁଖ୍ୟ ଡ.କ୍ରିଷ୍ଣା ଇଲାଙ୍କ ମିଳିତ ବିବୃତି । କୋଭିଡ ଟୀକା ଉତ୍ପାଦନ-ଯୋଗାଣ-ବିତରଣ ଆମ ପ୍ରାଥମିକତା । ପଢନ୍ତୁ ଅଧିକ.....

ସେରମ ଇନଷ୍ଚିଚ୍ୟୁଟ ଓ ଭାରତ ବାୟୋଟେକର ମିଳିତ ବିବୃତ୍ତି

author img

By

Published : Jan 5, 2021, 10:23 PM IST

ନୂଆଦିଲ୍ଲୀ: ଭାରତରେ କରୋନା ଟୀକା ପ୍ରସ୍ତୁତକାରୀ ସଂସ୍ଥା ସେରମ ଇନଷ୍ଚିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ଆଦାର ପୁନାୱାଲା ଓ ଭାରତ ବାୟୋଟେକ କମ୍ପାନୀର ମୁଖ୍ୟ ଡ.କ୍ରିଷ୍ଣା ଇଲା ମିଳିତ ଭାବେ ଏକ ବିବୃତି ଜାରି କରିଛନ୍ତି । ଉଭୟ ପ୍ରସ୍ତୁତକାରୀ ସଂସ୍ଥା ଭ୍ୟାକସିନ ପ୍ରସ୍ତୁତ ଦିଗରେ ସଫଳତାପର ସହ ବଢୁଥିବା ପ୍ରକାଶ କରିଛନ୍ତି ।

ବର୍ତ୍ତମାନର ସଂକଟକୁ ଦେଖି ଉଭୟ କମ୍ପାନୀ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ବ ପାଇଁ ନିଜର ଗବେଷଣା ଜାରି ରଖିଛନ୍ତି । ଶୀଘ୍ର ପୁରା ବିଶ୍ବରେ ଟୀକାକରଣ ହୋଇପାରିଲେ ଜୀବନ ପୁଣି ଥରେ ସ୍ବାଭାବିକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ଟୀକାକରଣ ପରେ ଦେଶ ତଥା ବିଶ୍ବର ଅର୍ଥନୀତି ପୁର୍ବପରି ସ୍ବାଭାବିକ ସ୍ଥିତିକୁ ଫେରିବାକୁ ମଧ୍ୟ ଗତି ମିଳିପାରିବ ବୋଲି କହିଛନ୍ତି ଉଭୟ ।

ସେରମ ଇନଷ୍ଚିଚ୍ୟୁଟ ଓ ଭାରତ ବାୟୋଟେକର ମିଳିତ ବିବୃତ୍ତି
ସେରମ ଇନଷ୍ଚିଚ୍ୟୁଟ ଓ ଭାରତ ବାୟୋଟେକର ମିଳିତ ବିବୃତ୍ତି

ବର୍ତ୍ତାମାନ ସୁଦ୍ଧା ଏହି ଦୁଇ ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଟୀକା କୋଭାକ୍ସିନ ଓ କୋଭାସିଲ୍ଡକୁ ଜରୁରୀକାଳୀନ ବ୍ୟବହାରିକ ଅନୁମତି ମିଳିସାରିଛି । ଭାରତରେ ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକିୟ ପରିମାଣର ଟୀକା ପ୍ରସ୍ତୁତ, ଏହାର ସଫଳ ଯୋଗାଣ ଓ ବିତରଣ ଭଭୟ କମ୍ପାମୀ ପାଇଁ ପ୍ରାଥମିକ ଆହ୍ୱାନ ହେବ ବୋଲି ବିବୃତିରେ କୁହାଯାଇଛି ।

ବର୍ତ୍ତାମାନ ସୁଦ୍ଧା ଉଭୟ କମ୍ପାନୀର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଟୀକା ଗବେଷଣା ଓ ଉତ୍ପାଦନ ଜାରି ରଖିଥିବା କଥା ମଧ୍ୟ କହିଛନ୍ତି ଉଭୟ ସଂସ୍ଥାର ମୁଖ୍ୟ । ଦେଶ ଓ ବିଶ୍ବସ୍ତରୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଭୟ ପ୍ରସ୍ତୁତକାରୀ ସଂସ୍ଥା ପରସ୍ପର ସହଯୋଗରେ ଗବେଷଣା ଓ ଉତ୍ପାଦନ ଜାରି ରଖିଥିବା କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.