ETV Bharat / bharat

ନିର୍ବାଚନ କମିଶନଙ୍କୁ ବେଖାତିର, ପୁଣିଥରେ ଅଡୁଆରେ ସିଦ୍ଧୁ - ମୋଦି

ଦିଲ୍ଲୀର ତିଲକ ନଗରରେ ଏକ ସଭାରେ ମୋଦିଙ୍କ ଉପରେ ବର୍ଷିଲେ ସିଦ୍ଧୁ । କହିଲେ ମୋଦି ଆସିବା ପରେ ବ୍ୟାପାର ବନ୍ଦ ।

ଫାଇଲ ଫଟୋ
author img

By

Published : May 8, 2019, 8:57 PM IST

ନୂଆଦିଲ୍ଲୀ: ପୁଣି ମୋଦିଙ୍କୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ କଟାକ୍ଷ । ଏକ ଘରୋଇ ଗଣମାଧ୍ୟମର ସାକ୍ଷାାତକାର ସମୟରେ ସିଦ୍ଧୁ ମୋଦିଙ୍କ ଉପରେ ହମଲା କରିଛନ୍ତି । ସେ କହିଛନ୍ତି ଯେ, ମୋଦି କେବେହେଲେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଚାହାନ୍ତି ନାହିଁ । ସେ ସବୁବେଳେ ପ୍ରଶ୍ନଠାରୁ ନିଜକୁ ଦୂରେଇ ରଖନ୍ତି । ଏହାସହ ସେ ଭବିଷ୍ୟତରେ 2ଟି କାମ ପାଇଁ ବେଶ ପ୍ରସିଦ୍ଧ ହେବେ । ପ୍ରଥମଟି ହେଉଛି ଯୁବକଙ୍କ ପାଇଁ ପକୋଡା ସ୍କିମ ଓ ଅନ୍ୟଟି ଭଗଡୋ ସ୍କିମ ।

ସୂଚନାନୂଯାୟୀ 3 ବର୍ଷ ପୂର୍ବେ ସିଦ୍ଧୁ ବିଜେପି ଛାଡି କଂଗ୍ରେସରେ ମିଶିଥିଲେ । ସେବେଠାରୁ ସେ ମୋଦିଙ୍କୁ ସମାଲୋଚନା କରି ଆସୁଛନ୍ତି । ତେବେ ମୋଦିଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବାକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ସିଦ୍ଧୁଙ୍କୁ ନୋଟିସ ମଧ୍ୟ ପଠାଯାଇଛି ।

ସେ ଆହୁରି କହିଛନ୍ତି ଯେ, କେବଳ କ୍ଷମତାରେ ହିଁ ଥିବା ବ୍ୟକ୍ତି କେବଳ ଉତ୍ତର ଦେଇଥାଏ ଆଉ ତାଙ୍କୁ ହିଁ ପ୍ରଶ୍ନ କରାଯାଇଥାଏ । ଯାହା ହାତରେ କ୍ଷମତା ନଥାଏ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥାଏ । କାହିଁକି ନା ତାର ନିଷ୍ପତ୍ତି ନେବାର କୌଣସି ଅଧିକାର ନଥାଏ । ଏହି ନିର୍ବାଚନରେ ଭାଜପାର ଧ୍ୟାନ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ କେନ୍ଦ୍ରିତ । ତେବେ ସରକାର ଲୋକଙ୍କ ଧ୍ୟାନ ମୁଖ୍ୟ ପ୍ରସଙ୍ଗ ଉପରୁ ହଟାଇବା ପାଇଁ ଚେଷ୍ଟା ଚଳାଇଛି ।

ନବଜ୍ୟାତ ସିଂ ସିଦ୍ଧୁ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯିଏ ଲାଲକୃଷ୍ଣ ଆଡଭାନୀଙ୍କ ହେଲାନି ସେ କ'ଣ ଦେଶର ହେବ । ଦିଲ୍ଲୀର ତିଲକ ନଗରରେ ଏକ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଏଭଳି ମନ୍ତବ୍ୟ ଦେଇ ମୋଦିଙ୍କୁ ସମାଲୋଚନା କରିଛନ୍ତି ।

ସିଦ୍ଧୁ ତାଙ୍କର ଚିରାଚରିତ ଢଙ୍ଗରେ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମୋଦି ସରକାର ଯେବେଠାରୁ ଆସିଛି ସବୁ ନ୍ୟୁଜ୍ ବନ୍ଦ ହୋଇଯାଇଛି । ବେପାର ମଧ୍ୟ ବନ୍ଦ ଓ ଏଥର ମୋଦି ସରକାର ଆସିଲେ ପୁରା ହିନ୍ଦୁସ୍ତାନ ମାଟିରେ ମିଶିଯିବ ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.