ଚଣ୍ଡିଗଡ: ପଞ୍ଜାବ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ରାହୁଲ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର । ଇସ୍ତଫା ଦେଇଥିବା ନେଇ ଟ୍ବିଟ କରି ସୂଚନା ଦେଲେ ସିଦ୍ଧୁ ।
ଅନେକ ଦିନରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କ ତିକ୍ତତା ଲାଗି ରହିଥିଲା । ତେବେ ଜୁନ 10 ତାରିଖରେ ରାହୁଲଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିବା ନେଇ ସିଦ୍ଧୁ ଟ୍ବିଟରେ ସ୍ପଷ୍ଟ କରିଛନ୍ତି ।