ନୂଆଦିଲ୍ଲୀ: ଶନିବାର ଇନ୍ଦୋରର ଏକ ଜନସଭାରେ ମୋଦିଙ୍କୁ ସୁପର ମିଛୁଆ ଓ କାଲା ଇଂରେଜ କହିଥିଲେ କଂଗ୍ରେସ ନେତା ସିଦ୍ଧୁ । ତେବେ ସିଦ୍ଧୁଙ୍କ ବୟାନର ପାଲଟା ଜବାବ ରଖିଛି ବିଜେପି । ବିଜେପି ସିଦ୍ଧୁଙ୍କୁ ଟାର୍ଗେଟ କରି କହିଛି, ସିଦ୍ଧୁ କେବଳ ମୋଦିଙ୍କୁ ନୁହେଁ ପୁରା ହିନ୍ଦୁସ୍ତାନକୁ 'କାଲା ଇଂରେଜ' ବୋଲି କହିଛନ୍ତି ।
ତେବେ ଏକ ପ୍ରେସମିଟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, 'ମୋଦି କାଲେ ହୈ ତୋ କ୍ୟା ହୁଆ, ହିନ୍ଦୁସ୍ତାନ କେ ରଖଓ୍ବାଲେ ହୈ' । ଏହାସହ ସେ ସୋନିଆ ଗାନ୍ଧୀଙ୍କ ରଙ୍ଗକୁ ନେଇ ମଧ୍ୟ କଟାକ୍ଷ କରିଥିଲେ ।
ସମ୍ବିତଙ୍କ କହିବାନୂଯାଇ, 1984ରେ ଶିଖ ଦଙ୍ଗା ଉପରେ ସିଦ୍ଧୁ କେବେ ମୁହଁ ଖୋଲୁ ନାହାଁନ୍ତି । ଆଉ ମୋଦି ଇଂରେଜ, ସୋନିଆ ଗାନ୍ଧୀ କ’ଣ ହିନ୍ଦୁସ୍ତାନୀ ? ଇଏ କି ପ୍ରକାର ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, " ମୋଦି କାଲେ ହୈ ତୋ କ୍ୟା ହୁଆ ଦିଲ ବାଲେ ହୈ, ଗରିବୋଁ କେ ରଖଓ୍ବାଲେ ହୈ, ହିନ୍ଦୁସ୍ତାନ କି ରଖଓ୍ବାଲେ ହୈ "
ସମ୍ବିତ ସିଦ୍ଧୁଙ୍କ ଉପରେ ଆହୁରି ବର୍ଷିଛନ୍ତି, ଗୋରା ରଙ୍ଗ ଉପରେ ଏତେ ଗର୍ବ କର ନାହିଁ, ଏ ରଙ୍ଗ ମେ' 23 ତାରିଖ ପରେ ଉତୁରି ଯିବ । ଏହାସହ ମୋଦିଙ୍କୁ ନୂଆ ବୋହୂ ଭଳି କମ କାରନ୍ତି କିନ୍ତୁ ବେଶି ଚୁଡିକୁ ଝଣଝଣ କରୁଥିବା ସିଦ୍ଧୁ ମନ୍ତବ୍ୟ ଉପରେ ମଧ୍ୟ କଟାକ୍ଷ କରିଛନ୍ତି ସମ୍ବିତ । ସେ କହିଛନ୍ତି, ଏଭଳି ମନ୍ତବ୍ୟ ଦେଇ କଂଗ୍ରେସ ତାର ହୀନ ମାନସିକତା ଦେଖେଇ ଦେଲା ।
ଶୁକ୍ରବାର ଇନ୍ଦୋରରେ ଏକ ସମାବେଶରେ ସିଦ୍ଧୁ ମୋଦିଙ୍କ ଉପରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ସେ କହିଥିଲେ, 'ମେଁ ଚୌକିଦାର କୋ ରୋକନେ ଆୟାହୁଁ' ଓ 'ମୋଦିକୋ ଠୋକନେ ଆୟାହୁଁ', 'ତିନ ମୋଦି ଭାଗ ଗୈ, ଚୌଥା ବୋଲ ରାହା ଝୁଟ । ଏହା ସହ ସିଦ୍ଧୁ ଆହୁରି କହିଛନ୍ତି, ମୁଁ ଫିଲ୍ମ ଦେଖିଛି କୁଲି ନମ୍ବର ଓ୍ବାନ, ବିବି ନମ୍ବର ଓ୍ବାନ, ଏବେ ଫିଲ୍ମ ଆସିବ ଫେକୁ ନମ୍ବର ଓ୍ବାନ । ଏତିକିରେ ସେ ମୋଦିଙ୍କୁ ବାଣ ମାରିବା ଛାଡି ନଥିଲେ ସେ ଆହୁରି କହିଥିଲେ ଯେପରି କଂଗ୍ରେସ ଇଂରେଜ ମାନଙ୍କୁ ଦେଶରୁ ବିତାଡିତ କରିଥିଲେ , ଠିକ ସେହିପରି ଇନ୍ଦୋର ବାସୀ ମୋଦି ରୂପି କାଲା ଇଂରଜଙ୍କୁ ଦେଶରୁ ବିତାଡିତ କରିବେ ।