ETV Bharat / bharat

ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ସ୍ଥାନାନ୍ତରିତ ହୋଇଛନ୍ତି 63 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ

author img

By

Published : Sep 23, 2020, 4:26 PM IST

କୋରୋନା ସମୟରେ ଚାଲିଛି ସଂସଦ ଅଧିବେଶନ । ବିରୋଧିଙ୍କ ହଟ୍ଟଗୋଳ ମଧ୍ୟରେ ବିରୋଧୀ ପଚାରୁଥିବା ଲିଖିତ ପ୍ରଶ୍ନର ଉତ୍ତର ଦେଉଛନ୍ତି ସରକାର ।

ଶ୍ରମିକ ସ୍ବତନ୍ତ୍ର ଟ୍ରେନ
ଶ୍ରମିକ ସ୍ବତନ୍ତ୍ର ଟ୍ରେନ

ହାଇଦ୍ରାବାଦ: ଶ୍ରମିକ ସ୍ବତନ୍ତ୍ର ଟ୍ରେନ ମେ 1, 2020 ରୁ ଅଗଷ୍ଟ 31, 2020 ମଧ୍ୟରେ ପ୍ରାୟ 63.19 ଲକ୍ଷ ଯାତ୍ରୀଙ୍କୁ ନିଜ ନିଜ ରାଜ୍ୟକୁ ନେଇଛି । ରାଜ୍ୟ ସରକାରଙ୍କ ଶ୍ରମିକ ସ୍ବତନ୍ତ୍ର ଟ୍ରେନର ଆବଶ୍ୟକତା ଲୋଡି ଥିଲେ । ଏହି ଟ୍ରେନ ରାଜ୍ୟ ସରକାର, କିମ୍ବା କୌଣସି ବ୍ୟକ୍ତିବିଶେଷ କିମ୍ବା ଏନଜିଓ ଦ୍ବାରା ବୁକ୍ କରାଯାଇଥିଲା । ସେମାନେ ଏହାର ସମ୍ପୂର୍ଣ୍ଣ ଶୁଳ୍କ ପ୍ରଦାନ କରିଥିଲେ ।

ଭାରତୀୟ ରେଳବିଭାଗ କେବଳ ଗୋଟିଏ ସାଧାରଣ ଭଡାରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ବୁକିଂ କରିବାକୁ ଅନୁମତି ଦେଇଥିଲା । ସ୍ବତନ୍ତ୍ର ବ୍ୟବସ୍ଥା ଯେପରିକି ସ୍ବଚ୍ଛତା, ସ୍ବତନ୍ତ୍ର ସୁରକ୍ଷା, ଚିକିତ୍ସା ବ୍ୟବସ୍ଥା, ସାନିଟାଇଜେସନ୍, ମାଗଣା ଖାଦ୍ୟ, ଜଳ ଇତ୍ୟାଦି ବ୍ୟବସ୍ଥା କରାଯାଇଥିଲା ।

ରେଳବିଭାଗ ରାଜ୍ୟ ସରକାର ଠାରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ପାଇଁ ଭଡା ସଂଗ୍ରହ କରିଛି। ରେଳବାଇ ଯାତ୍ରୀମାନଙ୍କଠାରୁ ସିଧାସଳଖ କୌଣସି ଭଡା ସଂଗ୍ରହ କରିନଥିଲା। 1 ମେ 2020 ରୁ 31 ଅଗଷ୍ଟ 2020 ପର୍ଯ୍ୟନ୍ତ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ଠାରୁ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିନିଧୀଙ୍କଠାରୁ ସଂଗ୍ରହ କରାଯାଇଥିବା ଭଡା ପ୍ରାୟ 433 କୋଟି ।

ସର୍ବାଧିକ 1033ଟି ଟ୍ରେନ ଗୁଜୁରାଟରେ ଚାଲିଥିବା ବେଳେ ସର୍ବନିମ୍ନ ଟ୍ରେନ ଆନ୍ଧ୍ରପ୍ରଦେଶରେ ଚାଲିଥିଲା । ସର୍ବମୋଟ 4621 ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିଛି । ଏହାସହ ସର୍ବାଧିକ ଶ୍ରମିକ ଗୁଜୁରାଟରୁ ହିଁ ଅନ୍ୟ ରାଜ୍ୟକୁ ଯାଇଛନ୍ତି । ପ୍ରାୟ 15 ଲକ୍ଷ 32 ହଜାର 712ଜଣ ଶ୍ରମିକ ଗୁଜୁରାଟରୁ ଯାଇଛନ୍ତି । ଏହା ପରେ ମହାରାଷ୍ଟ୍ରରୁ 12 ଲକ୍ଷ 41 ହଜାର 573 ଜଣ । ଓଡିଶାରୁ 3 ହଜାର 788, ଆନ୍ଧ୍ରପ୍ରଦେଶରୁ 1 ଲକ୍ଷ 4 ହଜାର 915, ବିହାରରୁ 2 ଲକ୍ଷ 82 ହଜାର 147 ଶ୍ରମିକ ସ୍ଥାନାନ୍ତିରତ ହୋଇଥିଲେ । ସର୍ବମୋଟ ଶ୍ରମିକ 63 ଲକ୍ଷ 19 ହଜାର 518 ଜଣ ସ୍ବତନ୍ତ୍ର ଟ୍ରେନରେ ସ୍ଥାନାନ୍ତରିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.