ETV Bharat / bharat

ଋଷ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତ କଲାଣି, ଭାରତ ଭାବିଜୀ ପାମ୍ପଡ ବିକ୍ରିରେ ବ୍ୟସ୍ତ: ସଞ୍ଜୟ ରାଉତ - ଋଷ କରୋନା ଭ୍ୟାକ୍ସିନ

ଭାବିଜୀ ପାମ୍ପଡ ଖାଆନ୍ତୁ କରୋନାକୁ ରୋକନ୍ତୁ କହୁଥିବା ଲୋକ ଆଜି କରୋନା ସଂକ୍ରମିତ । ଆମେରିକାର ଗୁଣଗାନ କରିବା ବଦଳରେ ଋଷ ଠାରୁ ଶିଖନ୍ତୁ କିଛି । ଏୁପରି କିଛି କହିଛନ୍ତି ଶିବସେନା ବିଧାୟକ ସଞ୍ଜୟ ରାଉତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

MP Sanjay raut
MP Sanjay raut
author img

By

Published : Aug 16, 2020, 9:09 PM IST

ମୁମ୍ବାଇ: ମାନବଜାତିକୁ ଏବେ ମହାମାରୀ କରୋନା ଅସ୍ତବ୍ୟସ୍ତ କରିଦେଲାଣି । କୋରୋନା ମୁକାବିଲା ପାଇଁ ସାରା ବିଶ୍ବ ଭ୍ୟାକ୍ସିନ ରୂପେ ରାହା ଖୋଜୁଛନ୍ତି । ବିକଶିତ ଦେଶ ଏବେ ଭ୍ୟାକ୍ସିନ ସନ୍ଧାନରେ ସବୁ ଶକ୍ତି ଲଗାଇ ଦେଇଛନ୍ତି । ସମସ୍ତଙ୍କୁ ମାତ ଦେଇ ସଫଳତାର ସହ ଋଷ ଭ୍ୟାକ୍ସିନ ପ୍ରସ୍ତୁତ କଲାଣି । କିନ୍ତୁ ଭାରତ ଏବେ ମଧ୍ୟ ପାମ୍ପଡ ବିକ୍ରି କରିବାରେ ବ୍ୟସ୍ତ । ଆଜି ( ରବିବାର) ଏଭଳି ଢଙ୍ଗରେ ଭାରତ ସରକାରଙ୍କ ଉପରେ ବର୍ଷିଛି ଶିବସେନା ।

ଦଳୀୟ ସାଂସଦ ସଞ୍ଜୟ ରାଉତ ସାମନାର ସମ୍ପାଦକୀୟ ‘ ‘ରୋକଠୋକ’ ରେ ଲେଖିଛନ୍ତି କରୋନା ଭାଇରସ ବିରୋଧରେ ଋଷ ପ୍ରଥମେ ଆତ୍ମନିର୍ଭର ହୋଇଛି । ଏହାସହ ଭ୍ୟାକ୍ସିନ ଉପରେ ଦେଶବାସୀଙ୍କ ବିଶ୍ବାସ ଜନ୍ମାଇବା ପାଇଁ ରାଷ୍ଟ୍ରପତି ନିଜ ଝିଅଙ୍କୁ ପ୍ରଥମ ଭ୍ୟାକ୍ସିନ ଦେଇଛନ୍ତି ।

କିନ୍ତୁ ଆତ୍ମ ନିର୍ଭର ଭାରତର ନାରା ଦେଉଥିବା ଭାରତ ଏବେ ଭାବିଜୀ ପାମ୍ପଡ ଖାଇବା ଓ ବିକ୍ରି କରିବାରେ ବ୍ୟସ୍ତ । ରାଉତ କେନ୍ଦ୍ରୀୟ ଉଦ୍ୟୋଗୀ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲଙ୍କୁ ଆକ୍ଷେପ କରି କହିଛନ୍ତି ଯିଏ ଭାବିଜୀ ପାମ୍ପଡ ଖାଇ ରୋଗ ପ୍ରତିଶେଧ କ୍ଷମତା ବଢାଇବାକୁ ସର୍ବସାଧାରଣରେ କହୁଥିଲେ ଖୋଦ ସେ ନିଜେ ଆଜି କରୋନା ସଂକ୍ରମିତ ବୋଲି ସଞ୍ଜୟ ରାଉତ ବାଣ ମାରିଛନ୍ତି ।

ସେହିପରି ଆୟୁଷ ମନ୍ତ୍ରଣାଳୟ ଉପରେ ହମଲା କରି କହିଛନ୍ତି ଯେଉଁମାନେ ଦାବି କରୁଥିଲେ ଆୟୁର୍ବେଦ କରୋନାକୁ ରୋକିବ ଆଜି ସେମାନେ କରୋନାରେ ପୀଡିତ । ଆମ ରାଜନେତା ଆମେରିକାର ଗୁଣଗାନ କରିବା ବଦଳରେ ଋଷ ଠାରୁ ଶିଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସଞ୍ଜୟ ରାଉତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.